ଆସିଲା ରାଜ୍ୟ ସରକାରଙ୍କ ଅନଲକ-୫.୦ ଗାଇଡଲାଇନ: ୩୧ ଅକ୍ଟୋବର ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ, ସିନେମା ହଲ ଓ ମନ୍ଦିର; କେବଳ ସରକାରୀ ପ୍ରଶିକ୍ଷଣ ପାଇଁ ଖୋଲିବ ସୁଇମିଂ ପୁଲ

ରାଜ୍ୟ ଭିତରେ ଓ ବାହାରକୁ ଯିବା ଆସିବା ଉପରେ ନାହିଁ କଟକଣା

278

କନକ ବ୍ୟୁରୋ: ରାଜ୍ୟ ସରକାର ଅନଲକ ୫.୦ର ମାର୍ଗଦର୍ଶିକା ଜାରି କରିଛନ୍ତି । କେନ୍ଦ୍ର ସରକାର ଅକ୍ଟୋବର ମାସ ପାଇଁ ମାର୍ଗଦର୍ଶିକା ଜାରି କରିବା ପରେ ଓଡିଶା ସରକାର ରାଜ୍ୟ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ସରକାର ଅଧିକରୁ ଅଧିକ କ୍ଷେତ୍ରରେ ତାଲା ଖୋଲିବା ପାଇଁ ପ୍ରୟାସ କରୁଥିବା ବେଳେ ଓଡିଶା ସରକାର କିନ୍ତୁ ଅଧିକରୁ ଅଧିକ କ୍ଷେତ୍ର ବନ୍ଦ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି । ନଜର ପକାନ୍ତୁ କ’ଣ ଖୋଲା, କ’ଣ ବନ୍ଦ ।

କେତେକ କ୍ଷେତ୍ରରେ କେନ୍ଦ୍ର ସରକାର କଟକଣା ଉଠାଇଥିବା ବେଳେ ରାଜ୍ୟ ସରକାର ଏହାକୁ ବନ୍ଦ ରଖିଛନ୍ତି । ଦେଖିବା, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କଟକଣାକୁ ନେଇ କଣ ରହିଛି ବିଭେଦ ।

• କେନ୍ଦ୍ର ସରକାର ଗାଇଡଲାଇନ୍ ଅନୁସାରେ: ଅକ୍ଟୋବର ୧୫ ପରେ ସ୍କୁଲ ଖୋଲିବାକୁ ରାଜ୍ୟ ବିଚାର କରିପାରିବେ

• ତେବେ ରାଜ୍ୟରେ: ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ

• କେନ୍ଦ୍ର ସରକାରଙ୍କ ଅନଲକ୍ ୫ରେ : ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ

• ତେବେ ରାଜ୍ୟରେ : ଅକ୍ଟୋବର ୩୧ ପର୍ଯ୍ୟନ୍ତ ସିନେମା ହଲ ବନ୍ଦ

• କେନ୍ଦ୍ରର ନିୟମ ଅନୁସାରେ : ମନ୍ଦିର ଓ ଧାର୍ମିକ ସ୍ଥଳ ଖୋଲା

• ରାଜ୍ୟରେ : ଖୋଲିବନି ମନ୍ଦିର ଓ ଧାର୍ମିକ ସ୍ଥଳ

• କେନ୍ଦ୍ର ମାର୍ଗଦର୍ଶିକାରେ : ସମାବେଶ ପାଇଁ ଅନୁମତି

• ରାଜ୍ୟରେ : ସମାବେଶ ଉପରେ କଟକଣା

• କେନ୍ଦ୍ର ସରକାର : ଆବଦ୍ଧ କ୍ଷେତ୍ରରେ ମିଟିଂ ପାଇଁ ୨୦୦ ଜଣଙ୍କୁ ଅନୁମତି ଦେଇଛନ୍ତି

• ରାଜ୍ୟ ସରକାର : କେବଳ ଉପନିର୍ବାଚନ ପାଇଁ ୧୦୦ ଲୋକଙ୍କ ସମାବେଶ ପାଇଁ ଅନୁମତି

• କେନ୍ଦ୍ରର ଅନଲକ ୫ରେ : ରାଜନୈତିକ, ସାମାଜିକ, କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ ଓ ଧାର୍ମିକ ସମାବେଶକୁ ଅନୁମତି

• ତେବେ ରାଜ୍ୟରେ : ରାଜନୈତିକ, ସାମାଜିକ, କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ଉପରେ କଟକଣା

• କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ : ତାଲିମ ପାଇଁ ସୁଇମିଂ ପୁଲ ଖୋଲିବ

• ରାଜ୍ୟରେ ମଧ୍ୟ ତାଲିମ ପାଇଁ ସୁଇମିଂ ପୁଲ ଖୋଲିବ

• କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ : ଅବରୋଧ ଅଂଚଳରେ ଅକ୍ଟୋବର ୩୧ ଯାଏଁ ଲକଡାଉନ୍

• ରାଜ୍ୟରେ ମଧ୍ୟ ଅବରୋଧ ଅଂଚଳରେ ଅକ୍ଟୋବର ୩୧ ଯାଏଁ ଳକଡାଉନ୍