ତାଲା ଖୋଲିଛି, ବ୍ୟବସାୟ କମିଛି : କଟକରେ ଖାଁ ଖାଁ ହୋଟେଲ, ବସଷ୍ଟାଣ୍ଡ ଏବଂ ପରିବା ବଜାର

157

କନକ ବ୍ୟୁରୋ : ତାଲାବନ୍ଦ ଖୋଲିବା ପରେ ମଧ୍ୟ ବ୍ୟବସାୟ ଯେଉଁ ଗତିରେ ଦୌଡିବା କଥା ସେମିତି ଦୌଡି ନାହିଁ । ଯାହାର ନଜିର ଦେଖିବାକୁ ମିଳିଛି କଟକ ସହରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ବସଷ୍ଟାଣ୍ଡ ଏବଂ ପରିବା ବଜାରରେ । ଦେଶ ଅର୍ଥନୀତିର ଗତି କୁଆଡେ । ତାଲା ବନ୍ଦ ହଟିବା ପରେ ସବୁ କିଛି ସାମାନ୍ୟ ହେଲାଣି ତ । ଏହା ଜାଣିବା ପାଇଁ ଆମ କ୍ୟାମେରାଟିମ କଟକ ସହରରେ କେମିତି ଚାଲିଛି ବେପାର ବଣିଜ ତାର ସ୍ଥିତି ଅନୁଧ୍ୟାନ କରିଥିଲା । ଏ ହେଉଛି ଏକ ସପିଂ ମଲର ଦୃଶ୍ୟ । ତାଲା ବନ୍ଦ ଖୋଲିବା ପରେ ଯେତିକି ଗ୍ରାହକ ଆସିବା କଥା ଆସୁନାହାନ୍ତି । ତେଣୁ ବ୍ୟବସାୟ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ସପିଂ ମଲ ମ୍ୟାନେଜର ।

ରାଜ୍ୟର ବିଭିନ୍ନ ସ୍ଥାନକୁ ଗମନାଗମନ ପାଇଁ ବସ ଚଳାଚଳା ଉପରେ କଟକଣା ହଟିଛି । ଯାହାକି ବସ ମାଲିକଙ୍କୁ ଚିନ୍ତାରେ ପକାଇଛି, ଗାଡି ଗଡିବ ତ କେମିତି ଗଡିବ । ଦିନ ଥିଲା ଖଣ୍ଡିଏ ଟେବୁଲ ପାଇବା ପାଇଁ ରେଷ୍ଟୁଣ୍ଟାଣ୍ଟ ଅପେକ୍ଷା କରିବାକୁ ପଡୁଥିଲା । ଏବେ କିନ୍ତୁ ଖାଲି ପଡିଛି ଟେବୁଲ । ଯେଉଁଠି ୫ଟି ଟେବୁଲ ବୁକ ହେଉଥିଲା ଏବେ ଗୋଟିଏ ଟେବୁଲ ବୁକ ହେଉଛି । ହୋଟେଲ ମାଲିକଙ୍କ ପାଇଁ କର୍ମଚାରୀଙ୍କୁ ଦରମା ଦେବା କଷ୍ଟକର ହେଉଛି ।

ପରିବାର ଦର ହୁହୁ ହୋଇ ବଢିଛି ଆଉ ଗ୍ରାହକଙ୍କ ସଂଖ୍ୟା କମି କମି ଯାଇଛି । ଏସବୁ ଭିତରେ ଅର୍ଥନୀତି ବିଶାରଦଙ୍କ କହିବା ହେଲା ସାରାଭାରତରେ ପରିବହନ ବ୍ୟବସ୍ଥା ନସୁଧୁରିବା ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗିରହିବ ।

ତାଲା ବନ୍ଦ କଟକଣା ହଟିଛି ସତ କିନ୍ତୁ କରୋନା ହଟି ନାହିଁ । ଏବେ ବି ଲୋକେ ସଂକ୍ରମିତ ହେଉଛନ୍ତି । ଭାକସିନକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ ଲୋକଙ୍କ ଭିତରେ ଥିବା ଭୟ କୋଉଠି ନା କୋଉଠି ଲୋକଙ୍କ ମନ ଭିତରେ ଏକ କଟକଣା ତିଆରି କରିଦେଇଛି ଆଉ ଯାହାର ପ୍ରଭାବ ପଡିଛି ବଜାର ଉପରେ ।