କନକ ବ୍ୟୁରୋ : ବଡ ଖବର ! ଓଡିଶାରେ ଆଂଶିକ କୋହଳ ହେଲା ତାଲାବନ୍ଦ କଟକଣା । ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ ୧୭ ଜୁନରୁ ୧ ଜୁଲାଇ ଯାଏଁ ଆଂଶିକ ଲକଡାଉନ ଜାରି ରହିବ ।
୧୭ ଜିଲ୍ଲାରେ ସଂକ୍ରମମ କମ ଥୁିବାରୁ ଲକଡାଉନ କୋହଳ କରିଛନ୍ତି । ସକାଳ ୬ଟାରୁ ସନ୍ଧ୍ୟା ୫ ଦୋକାନ ବଜାର ଖୋଲା ରହିବ । ବାକି ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଦୋକାନ ବଜାର ଖୋଲା ରହିବ । ମିଠା ଦୋକାନ ମଧ୍ୟ ଖୋଲା ରହିବ । ସେପଟେ, ମଲ, ସେଲୁନ, ଜିମ, ସିନେମା ହଲ ବନ୍ଦ ରହିବ । ଏହି ସମୟରେ ଟୀକା ପାଇଁ ଯାଇପାରିବେ ଲୋକେ । ବ୍ୟାକିଂ କାର୍ଯ୍ୟ ଜାରି ରହିବ । ସକାଳ ୬ରୁ ୯ ମର୍ଣ୍ଣିଂ ୱାକ, ସାଇକ୍ଲିଂ କରିପାରିବେ । ନାଇଟ କର୍ଫ୍ୟୁ ଲାଗୁ ରହିବ । ସପ୍ତାହାନ୍ତ ସଟଡାଉନ ବି ପୂର୍ବଭଳି ଜାରି ରହିବ । ବାହାଘର ଭୋଜି ଉପରେ କଟକଣା ରହିବ । ଅନ୍ତିମ ସଂସ୍କାରରେ ବି କଟକଣା ରହିବ । ସାରା ରାଜ୍ୟର ମନ୍ଦିର ବନ୍ଦ ରହିବ କିନ୍ତୁ ନୀତି ଚାଲିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/28-4.jpg)