ନଭେମ୍ବର ପାଇଁ ରାଜ୍ୟସରକାର ଜାରି କଲେ ଅନଲକ୍-୬ ଗାଇଡ ଲାଇନ, ପଢନ୍ତୁ କ’ଣ ଖୋଲିବ ଓ କ’ଣ ବନ୍ଦ ରହିବ ?

1,072

କନକ ବ୍ୟୁରୋ : ଅନଲକ୍ -୫ ପରେ ନଭେମ୍ବର ମାସ ପାଇଁ ରାଜ୍ୟସରକାର ଅନଲକ୍ -୬ ର ଗାଇଡ ଲାଇନ ଘୋଷଣା କରିଛନ୍ତି । ଏହି ଅନଲକ୍ -୬ରେ ସିନେମା ହଲ ସୁଇମିଂ ପୋଲ ଓ ଥିଏଟର ବନ୍ଦ୍ ରହିବ । ଏହା ନଭେମ୍ବର ୧୫ ତାରିଖ ଯାଏ ବନ୍ଦ୍ ରହିବ ବୋଲି ଗାଇଡ ଲାଇନ ରେ କୁହାଯାଇଛି । ସେହିଭଳି ବାହାଘର ଓ ଅନ୍ୟାନ୍ୟ ଉତ୍ସବରେ ଲୋକଗହଳିକୁ ନେଇ ରାଜ୍ୟସରକାର ଲଗାଇଥିବା କଟକଣାକୁ କିଛିଟା କୋହଳ କରାଯାଇଛି । ଏବେ ବାହାଘର ଓ ସେହିଭଳି କିଛି ଉତ୍ସବ ପାଇଁ ସର୍ବାଧିକ ୨ ଶହ ଲୋକ ଠୁଳ ହୋଇପାରିବେ ବୋଲି ସରକାର ଅନଲକ୍-୬ ଗାଇଡ ଲାଇନରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ସରକାରଙ୍କ ଅନଲକ୍ -୬ ଗାଇଡ ଲାଇନ ରେ ଯେଉଁ ସବୁ କଟକଣା ଉପରେ କୋହଳ ମନୋଭାବ ପୋଷଣ କରିଛନ୍ତି ତାହା କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବ ନାହିଁ ।
ସରକାର ଏବେ ସ୍କୁଲ ଖୋଲିବା ପାଇଁ କିଛି ମାତ୍ରରେ ଚେଷ୍ଟା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୧୬ ତାରିଖ ଠାରୁ ନବମରୁ ଦ୍ୱାଦଶ ଶ୍ରେଣୀଯାଏ ପିଲା ସ୍କୁଲ ଯାଇପାରିବେ । ଅନ୍ୟପଟେ ନଭେମ୍ବର ୩୦ ତାରିଖ ଯାଏ ଅନ୍ୟ ଶିକ୍ଷାନୁଷ୍ଟାନ ବନ୍ଦ ରହିବ ବୋଲି ଗାଇଡ ଲାଇନରେ ଉଲ୍ଲେଖ ରହିଛି ।
ସେହିଭଳି ଅନ୍ତିମ ସଂସ୍କାର ବେଳେ ୫୦ ଜଣ ଲୋକ ଠୁଳ ହୋଇପାରିବେ ବୋଲି କୁହାଯାଇଛି । ସେହିଭଳି ମନ୍ଦିର ଖୋଲିବା ପାଇଁ ବି ଅନୂୁମତି ମିଳିଛି । ହେଲେ ମନ୍ଦିର ଖୋଲିବା ପୂର୍ବରୁ ସ୍ଥାନୀୟ ପ୍ରଶାସନର ଅନୁମତି ଦରକାର ବୋଲି ଗାଇଡ ଲାଇନରେ କୁହାଯାଇଛି ।
ବିମାନ ଚଳା ଚଳ ଉପରେ କିନ୍ତୁ ଅନଲକ୍ -୬ରେ କଟକଣା ଜାରି ହୋଇଛି । ନଭେମ୍ବର ୩୦ ଯାଏ ଆନ୍ତର୍ଜାତୀୟ ଯାତ୍ରୀବାହି ବିମାନ ଚଳା ଚଳ ବନ୍ଦ ରହିବ । ଆବଶ୍ୟକ ସ୍ଥଳେ ମନ୍ତ୍ରଣାଳୟର ଅନୁମତି ନେଇ ବିମାନ ଚଳା ଚଳ କରିପାରିବ । ସେହିଭଳି ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ କିମ୍ବା ମ୍ୟୁନିସପାଲିଟ୍ ପକ୍ଷରୁ ନୂତନ ଅବରୋଧ ଅଞ୍ଚଳ ଚିହ୍ନଟ ହୋଇ ପାରିବ ।