ଆସିଲା ଅନଲକ୍ ୬.୦ : ନଭେମ୍ବର ୧୬ରୁ ଖୋଲିବ ସ୍କୁଲ ; ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା କ୍ଲାସ କରିବେ 

815

କନକ ବ୍ୟୁରୋ : ଅନଲକ୍ ୬ ପାଇଁ ଆସିଲା ଗାଇଡ୍ ଲାଇନ ଜାରି ହୋଇଛି । ନଭେମ୍ବର ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଆଣିଛନ୍ତି । ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା କ୍ଲାସ କରିବେ । ସ୍କୁଲ ଓ ଗଣଶିକ୍ଷା ବିଭାଗର ଏସଓପି ଅନୁସାରେ ଚାଲିବ ସ୍କୁଲ ।  ଅନ୍ୟ ସମସ୍ତ କ୍ଲାସ ନଭେମ୍ବର ୩୦ଯାଏଁ ବନ୍ଦ ରହିବ ।

ସେପଟେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିଛି । ଅତ୍ୟାବଶ୍ୟକ ସେବାକୁ ବାଦଦେଇ ଅନ୍ୟସବୁ ସେବାକୁ ମନା । ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ଚିହ୍ନଟ କରିବେ ଅବରୋଧ ଅଞ୍ଚଳ । ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନଭେମ୍ବର ୧୫ଯାଏଁ ବନ୍ଦ ରହିବ ସିନେମା ହଲ୍, ସୁଇମିଂ ପୁଲ, ଥିଏଟର । ବାହାଘର ଉତ୍ସବରେ ସର୍ବାଧିକ ୨୦୦ଲୋକଙ୍କୁ ଅନୁମତି । ଅନ୍ତିମ ସଂସ୍କାରରେ ସାମିଲ ହେବେ ସର୍ବାଧିକ ୫୦ଜଣ । ସ୍ଥାନୀୟ ପ୍ରଶାସନିକ ଅନୁମତିରେ ମନ୍ଦିର ଖୋଲିପାରିବ । ବଡ ଧରଣର ସାମାଜିକ, ରାଜନୈତିକ, କ୍ରୀଡା ସମାବେଶ ଉପରେ କଟକଣା ଲାଗିଛି ।