କାଲିଠୁ ଗଡିବ ବସ । ରାଜ୍ୟରେ ଆସନ୍ତାକାଲି ଠାରୁ ଚଳାଚଳ କରିବ ପାସେଞ୍ଜର ବସ୍ । ଜାଣନ୍ତୁ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନରେ କଣ କୋହଳ, କାହା ଉପରେ କଟକଣା ?

9,375

କନକ ବ୍ୟୁରୋ: କାଲିଠୁ ଗଡିବ ବସ । ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଚଳାଚଳ କରିବ । ସେପ୍ଟେମ୍ବର ୧ରୁ ପାସେଞ୍ଜର ବସ୍ ଚାଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଅନଲକ ୪ ପାଇଁ ଦିଆଯାଇଥିବା ନୂଆ ଗାଇଡଲାଇନରେ ଉଲ୍ଲେଖ । ରାଜ୍ୟ ଭିତରେ ଏହି ବସ ଚଳାଚଳ କରିବ ।

ତେବେ ରାଜ୍ୟ ସରକାର ସେପ୍ଟମ୍ବେର ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ସମଗ୍ର ରାଜ୍ୟରେ କଟକଣା କୋହଳ ହୋଇଥିବା ବେଳେ କେବଳ କଣ୍ଟେନମେଣ୍ଟ ଜୋନରେ ସଂପୂର୍ଣ୍ଣ ଭାବେ ଲକଡାଉନ ଜାରି ରହିବ ବୋଲି ଘୋଷଣା କରାଯାଇଛି । ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବ। କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ କଟକଣା କୋହଳ କରାଯିବା ସହ ନିର୍ଦ୍ଦିଷ୍ଟ କଟକଣା ବଳବତ୍ତର ରହିବ । ସେପ୍ଟେମ୍ବର୧ ତାରିଖଠାରୁ ୩୦ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନରୁ ପ୍ରବେଶ-ପ୍ରସ୍ଥାନ ଉପରେ ପୂରା କଟକଣା ରହିବ। ଏଠାରେ ରହୁଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।

ଆସନ୍ତାକାଲି ଠାରୁ ୩୦ ତାରିଖ ଯାଏଁ ଧାର୍ମାନୁଷ୍ଠାନରେ ନୀତି ଚାଲିବ କିନ୍ତୁ ସାଧାରଣ ଲୋକଙ୍କ ପ୍ରବେଶକୁ ଅନୁମତି ଦିଆଯିବ ନାହିଁ । ସେହିଭଳି ଅନ୍ତର୍ଜାତୀୟ ବିମାନ ମଧ୍ୟ ଚଳାଚଳ କରିବ ନାହିଁ। ସାମାଜିକ, ରାଜନୈତିକ ସଭା, ଖେଳକୁଦ, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ । ସିନେମା ହଲ ଓ ସୁଇମିଂ ପୁଲ ବନ୍ଦ ରହିବ । ସେହିପରି ପୂଜା ଛୁଟି ଯାଏଁ ସ୍କୁଲ ଓ କଲେଜ ଏବଂ କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ରହିବ । କିନ୍ତୁ ଶିକ୍ଷାନୁଷ୍ଠାନରେ ପରୀକ୍ଷା କରାଯିବା ସହ ଖାତା ଦେଖାଯାଇପାରିବ। ଅନଲାଇନ୍ ଶିକ୍ଷାଦାନ ଓ ଦୂରଶିକ୍ଷା ବ୍ୟବସ୍ଥା ଚାଲୁ ରହି। ବାହଘରରେ କୌଣସି ପ୍ରକାରରେ ୫୦ରୁ ଅଧିକ ଲୋକ ରହିପାରିବେ ନାହିଁ । ବର, କନ୍ୟା ପକ୍ଷ ସମସ୍ତଙ୍କୁ ମିଶାଇ ୫୦ ଜଣ ଲୋକ ଉପସ୍ଥିତ ରହିପାରିବେ । ଶୁଦ୍ଧିକ୍ରିୟାରେ ୨୦ରୁ ଅଧିକ ଲୋକଙ୍କୁ ଏକତ୍ର ହେବା ପାଇଁ ଅନୁମତି ମିଳିବ ନାହିଁ ।