ଲକଡାଉନ ନୁହେଁ ଜୁନ ୧ରୁ ଅନଲକ-୧ । ଦେଶରୁ ଫିଟିବ କରୋନ ତାଲା । ଜୁନ ୮ରୁ ଖୋଲିବ ହୋଟେଲ, ସପିଂ ମଲ୍ । ଜୁଲାଇ ଯାଏଁ ଖୋଲିବନି ଜିମ୍, ସିନେମା ହଲ ଏବଂ ସ୍କୁଲ

2,626

କନକ ବ୍ୟୁରୋ: ତାଲାବନ୍ଦ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଦେଶରୁ ଫିଟିବ କରୋନା ତାଲା । ଲକଡାଉନ ନୁହେଁ ଦେଶରେ ଲାଗୁ ହେବ ଅନଲକ । ୩ଟି ପର୍ଯ୍ୟାୟରେ ଦେଶରେ ଅନଲକ ଲାଗୁ ହେବ । ଜୁନ ୧ରୁ ଜୁନ ୩୦ ଯାଏଁ ଅନଲକ-୧ ଜାରି ରହିବ । ତେବେ ଏହି ସମୟରେ କଟକଣା କୋହଳ ହେବ । ହୋଟେଲ, ରେସ୍ତୋରାଁ, ସପିଂ ମଲ ନେଇ ଅନଲକରେ କଟକଣା କୋହଳ । ବଡକଥା ହେଉଛି ଜୁନ ୮ରୁ ଖୋଲିବ ସମସ୍ତ ହୋଟେଲ, ରେସ୍ତୋରାଁ ସପିଂ ମଲ ମଧ୍ୟ ଜୁନ ୮ରୁ ଖୋଲିବ । ସାମାଜିକ ଦୂରତା ରଖି ଏସବୁ ଖୋଲିବାକୁ ନିର୍ଦ୍ଦେଶ ।

ତେବେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନରେ ସର୍ତ୍ତମୂଳକ ଭାବେ ହୋଟେଲ, ରେସ୍ତୋରାଁ ଭଳି ଶିଳ୍ପ ସଂସ୍ଥା ଖୋଲି ପାରିବ । ତେବେ ଧର୍ମାନୁଷ୍ଠାନ ଖୋଲିବାକୁ ଅନଲକ-୧ରେ ଅନୁମତି । ଲୋକେ ଧର୍ମାନୁଷ୍ଠାନ ଯାଇ ପୂଜା କରି ପାରିବେ ମାତ୍ର କୌଣସି ସଭା କି ମହୋତ୍ସବ କରି ପାରିବେନି ।

ସେପଟେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କିମ୍ବା ରାଜ୍ୟ-ରାଜ୍ୟ ମଧ୍ୟରେ ଗମନାଗମନ ପାଇଁ ପାସର କୌଣସି ଆବଶ୍ୟକତା ନାହିଁ । ଗମନାଗମନ ଉପରେ କାହାରିକୁ କୌଣସି ବାଧା ଦିଆଯିବ ନାହିଁ । ତେବେ ମେଟ୍ରୋ ସେବା, ଜିମ, ସିନେମା ହଲ, ପାର୍କ ବନ୍ଦ ରହିବ । ଅନଲକ ଫେଜ୍ -୨ରେ ସ୍କୁଲ, କଲେଜ ଖୋଲିବ । ଜୁଲାଇରେ ସ୍କୁଲ, କଲେଜ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ତେବେ କଣ୍ଟେନମେଣ୍ଟ ଜୋନରେ କୌଣସି ଅନଲକର ସୁବିଧା ମିଳିବନି । କହିବାକୁ ଗଲେ ଏକ ପ୍ରକାରର ଲକଡାଉନ ଲାଗି ରହିବ । ବଡକଥା ହେଉଛି ରାତିରେ ପୂର୍ବଭଳି କର୍ଫ୍ୟୁ ଜାରି ରହିବ । ସନ୍ଧ୍ୟା ୭ରୁ ସକାଳ ୭ ନୁହେଁ ଏବେ ରାତି ୯ରୁ ଭୋର ୫ଟା ଯାଏଁ ନାଇଟ କର୍ଫ୍ୟୁ ।

Comments are closed.