ହେଡ୍ କନେଷ୍ଟବଳରୁ ଏଏସଆଇ ହେଲେ ସୀମା ଢାକା, କମିଶନର ଲଗାଇଦେଲେ ବର୍ଦ୍ଦିରେ ଷ୍ଟାର । ଦିଲ୍ଲୀରେ ପ୍ରଥମଥର ଜଣେ ମହିଳା ପୋଲିସଙ୍କୁ ମିଳିଲା ଆଉଟ୍ ଅଫ୍ ଟର୍ନ ପ୍ରମୋସନ

Advertisment
ହେଡ୍ କନେଷ୍ଟବଳରୁ ଏଏସଆଇ ହେଲେ ସୀମା ଢାକା, କମିଶନର ଲଗାଇଦେଲେ ବର୍ଦ୍ଦିରେ ଷ୍ଟାର । ଦିଲ୍ଲୀରେ ପ୍ରଥମଥର ଜଣେ ମହିଳା ପୋଲିସଙ୍କୁ ମିଳିଲା ଆଉଟ୍ ଅଫ୍ ଟର୍ନ ପ୍ରମୋସନ

କନକ ବ୍ୟୁରୋ : ଉତ୍ତର ଦିଲ୍ଲୀର ସମୟପୁର ବାଟଲି ଥାନାରେ ହେଡ୍ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ସୀମା ଢାକା ଏବେ ଆଉଟ୍ ଅଫ୍ ଟର୍ନ ପ୍ରମୋସନ ପାଇ ଆସିଷ୍ଟାଣ୍ଡ ସବଇନ୍ସପେକ୍ଟର ହୋଇଛନ୍ତି । ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସୀମା ଢାକା ହେଉଛନ୍ତି ପ୍ରଥମ ମହିଳା ପୋଲିସ କର୍ମଚାରୀ ଯେ କି ଆଉଟ୍ ଅଫ୍ ଟର୍ନ ପ୍ରମୋସନ ପାଇଛନ୍ତି । ତାଙ୍କୁ ଏଥିପାଇଁ ପ୍ରମୋସନ ମିଳିଲା କି ସେ ହଜି ଯାଇଥିବା ୭୬ ପିଲାଙ୍କୁ ୩ ମାସ ମଧ୍ୟରେ ଖୋଜି ଦେଇଛନ୍ତି ।
ଗୁରୁବାର ଦିନ ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ପୋଲିସ କମିଶନର ଏସ୍‌.ଏନ୍ . ଶ୍ରୀବାସ୍ତବ ସୀମାଙ୍କ ବର୍ଦ୍ଦିରେ ଷ୍ଟାର ଲଗାଇ ତାଙ୍କୁ ପ୍ରମୋସନ ପାଇଁ ବଧାଇ ଜଣାଇଥିଲେ । ଏହି ଅବସରରେ ସୀମା କହିଥିଲେ କି ବିନା ବିଶ୍ରାମରେ କାମ କରିବାର ଫଳ ତାଙ୍କୁ ଏତେ ଦିନ ପରେ ମିଳିଲା ଯାହାକୁ ନେଇ ସେ ବସ୍ ଖୁସିଥିବା କହିଥିଲେ । ହଜି ଯାଇଥିବା ପିଲାମାନଙ୍କୁ ଖୋଜି ଆଣି ତାଙ୍କ ବାପା ମାଙ୍କ ପାଖରେ ଛାଡିଦେବାକୁ ସେ ସବୁଠାରୁ ଖୁସିର ମୁହୁତ୍ୱ ବୋଲି ବର୍ଣ୍ଣନା କରିଥିଲେ । ସବୁଠାରୁ ବଡକଥା ହେଉଛି କି ପୋଲିସ କମିଶନର ମୋ ବର୍ଦ୍ଦିରେ ଷ୍ଟାର ଲଗାଇ ମୋ କାମକୁ ପ୍ରଶଂସା କଲେ । ଏହା ଅନ୍ୟ ପୋଲିସ କର୍ମଚାରୀଙ୍କୁ ଭଲ କାମ କରିବାକୁ ପ୍ରୋତ୍ସାହିତ କରିବ ବୋଲି ସୀମା କହିଛନ୍ତି ।
କହିରଖୁ କି ଚଳିତବର୍ଷ ଅଗଷ୍ଟ ୫ ତାରିଖ ଦିନ ଦିଲ୍ଲୀ ପୋଲିସ କମିଶନର ଏସ୍‌.ଏନ୍ ଶ୍ରୀବାସ୍ତବ ହଜି ଯାଇଥିବା ପିଲା ମାନଙ୍କୁ ଖୋଜି ଆଣିବାକୁ କିଛି ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ଦେଇଥିଲେ । ଏହି କ୍ରମରେ ପୋଲିସ କମିଶନର ଘୋଷଣା କରିଥିଲେ କି ଯଦି ଏହି କ୍ୟାଲେଣ୍ଡର ବର୍ଷରେ ଯଦି କୌଣସି କନେଷ୍ଟବଳ ବା ହେଡ୍ କନେଷ୍ଟବଳ ହଜି ଯାଇଥିବା ୧୪ ବର୍ଷରୁ କମ୍ ୫୦ ପିଲାଙ୍କୁ ଖୋଜିଦେବ ତାଙ୍କୁ ଆଉଟ୍ ଅଫ୍ ଟର୍ନ ପ୍ରମୋସନ ଦିଆଯିବ । ଏହା ମଧ୍ୟରେ ସର୍ତ୍ତ ଥିଲା କି ଏହି ୫୦ ପିଲାଙ୍କ ମଧ୍ୟରୁ ଅତି କମ୍ ରେ ୮ ବର୍ଷରୁ କମ୍ ବୟସର ପିଲା ଥିବା ଆବଶ୍ୟକ ।
ଏହି ଘୋଷଣା ପରେ ହେଡ୍ କନେଷ୍ଟବଳ ସୀମା ଢାକା ପୁରା ଦମ୍ ରେ ଏହି କାର୍ଯ୍ୟକୁ ପୁରା କରିବାକୁ ଲାଗିପଡିଥିଲେ । ସେ ଖୋଜି ପାଇଥିବା ପିଲା ମାନେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଗାଏବ ହୋଇଥିଲେ । ସୀମା ସେମାନଙ୍କୁ ପଶ୍ଚିମବଙ୍ଗ, ବିହାର ଓ ଦେଶର ବିଭିନ୍ନ କୋଣରୁ ଖୋଜବାକୁ ଚେଷ୍ଟା କରି ୭୬ ଜଣ ପିଲାଙ୍କୁ ଉଦ୍ଧାର କରିଥିଲେ । ଦିଲ୍ଲୀ ପୋଲିସ କମିଶନର କହିଛନ୍ତି କି ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ ଦିଲ୍ଲୀରୁ ନିଖୋଜ ହୋଇଥିବା ପିଲାମାନଙ୍କ ମଧ୍ୟରୁ ୧୪୪୦ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe