କନକ ବ୍ୟୁରୋ : ବଢୁଛି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ରୋଷ । ରାତି ଅଧରେ ପ୍ରସାଦଙ୍କ ବାସଭବନକୁ ଘେରିଥିଲେ ପିପିଲିର କଂଗ୍ରେସ କର୍ମୀ । ପିପିଲି ପୌରସଂସ୍ଥାରୁ କଂଗ୍ରେସକୁ ବେଦଖଲ କରିବା ନେଇ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ କରି ଗତକାଲି ପିସିସି ସଭାପତିଙ୍କ ଘର ଆଗରେ ପହଂଚିଥିଲେ । କୌଣସି ପ୍ରକାର ସେମାନଙ୍କୁ ବୁଝାଇସୁଝାଇ ବିଦା କରିଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ଥମିନଥିଲା ।
ତେବେ କର୍ମୀଙ୍କ ଅଭିଯୋଗ, ବିଜେଡି ନେତାଙ୍କ ସହ ମିଶି କଂଗ୍ରେସକୁ ପିପିଲି ପୌରସଂସ୍ଥାକୁ ହଟେଇବା ପାଇଁ ମସୁଧା କରୁଛନ୍ତି ରାଜ୍ୟ କଂଗ୍ରେସ କିଛି ନେତା । ତେବେ ଗତକାଲି ରାତିରେ ପିସିସି ସଭାପତି ସେମାନଙ୍କୁ ବୁଝାଇଥିଲେ ସୁଦ୍ଧା ଆଜି ପିପିଲି କଂଗ୍ରେସ କର୍ମୀ ରାଜ୍ୟ କଂଗ୍ରେସ ଭବନ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/unkown.jpg)