ମୁଣ୍ଡ ପରେ ମୁଣ୍ଡ ନେଉଛି ଅଜଣା ରୋଗ । ମାତ୍ର ୩୦ ଦିନ ମଧ୍ୟରେ ଗଲାଣି ୧୩ ଜଣଙ୍କ ଜୀବନ

3,499

କନକ ବ୍ୟୁରୋ : ଜୀବନ ନେଲାଣି ଅଜଣା ରୋଗ । ମାସକ ମଧ୍ୟରେ ଗଲାଣି ୧୩ ଗ୍ରାମବାସୀଙ୍କ ଜୀବନ । ଗୁଣିଆ ଭରସାରେ ଏବେ ଗ୍ରାମବାସୀ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଗାଁ ରୁ ଆସିଛି ଏପରି ଚିତ୍ର । ଯେଉଁଠି ବିଜ୍ଞାନ ଯୁଗରେ ଡାକ୍ତରଙ୍କୁ ବିଶ୍ୱାସ କରିବା ବଦଳେ ଝଡାଫୁଙ୍କାକୁ ଆଦରିଛନ୍ତି ଲୋକେ । ବ୍ଲକ ର କମାରପାଲ୍ଲୀ ପଂଚାୟତ ଅଧିନ ସୋଡିଗୁଡା ଗାଁ ରେ ଏବେ ଅଜଣା ରୋଗ ଆତଙ୍କ । ଗୋଟିଏ ଦିନରେ ଦୁଇ ଦୁଇ ଟି ଶବ ଗାଁ ରୁ ଯାଉଛି ମଶାଣି ।

ତେବେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆତଙ୍କ । ପ୍ରଥମେ ପ୍ରଥମେ ଗାଁ ର ଲୋକଙ୍କ ଦେହ ଫୁଲିବା ଆରମ୍ଭ ହେଉଛି । ତା ପରେ ସପ୍ତାହ ମଧ୍ୟରେ ଘଟୁଛି ମୃତ୍ୟୁ । ଏପରି ଅଜଣା ରୋଗରେ ପଡି ଗାଁ ର ୧୩ ଜଣଙ୍କ ଏବେ ଯାଏଁ ଜୀବନ ଗଲାଣି । ଏଥିରୁ ୨ ଜଣ ଶିଶୁ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ କେଉଁ କାରଣରୁ ଏପରି ଅଜଣା ରୋଗ ଲୋକଙ୍କୁ ମାଡିି ବସି ଜୀବନ ନେଉଛି ତାହା ସ୍ପଷ୍ଟ ଜଣାପଡିନାହିଁ ।