ମାହାଙ୍ଗାର ବିଜେପି ନେତା କୂଳମଣି ବରାଳଙ୍କୁ ନିର୍ମମ ହତ୍ୟା: ନୃତାଙ୍ଗ ନିକଟରେ ଧାରୁଆ ଅସ୍ତ୍ରରେ କୁଳମଣି ଓ ତାଙ୍କ ସହଯୋଗୀଙ୍କୁ ହାଣି ହତ୍ୟାକଲେ ଦୁବୃର୍ତ୍ତ; ଘଟଣାର ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ ଧର୍ମେନ୍ଦ୍ର

ରାଜନୈତିକ ହତ୍ୟା ଅଭିଯୋଗ ଆଣିଲେ ବିଜେପି ନେତା

186

କନକ ବ୍ୟୁରୋ: ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ । ଏହାକୁ ନେଇ ଅଂଚଳରେ ଉତେଜନା ଦେଖା ଦେବାରୁ ତିନି ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ରାତି ପ୍ରାୟ ୭ଟାରେ କୂଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ଏକ ବାଇକରେ ଯଁକୋଟି ଗ୍ରାମ ଦେଇ ସେମାନଙ୍କ ଗାଁ ନୃତାଙ୍ଗକୁ ଫେରୁଥିଲେ । ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ ଜଣରୁ ଅଧିକ ଦୁବୃର୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀ ବାଇକରୁ ତଳେ ପଡିଯିବା ପରେ ତାଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତମାନେ । ଏହା ପରେ ଉଭୟଙ୍କୁ ସଂକଟାପନ୍ନ ଅବସ୍ଥାରେ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୂଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦିବ୍ୟସିଂ ବରାଳଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଅଭିଯୋଗ କରିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଓ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ।

ମହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ହତ୍ୟା ଘଟଣାକୁ ନେଇ ଟୁଇଟ କରି ଶୋକ ପ୍ରକାଶ କରିବା ସହ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟରରେ ସେ ଲେଖିଛନ୍ତି, ଶ୍ରୀ ବରାଳ ଜଣେ ସରଳ ଓ ନିଷ୍ଠାପର ସାମାଜିକ କାର୍ଯ୍ୟକର୍ତା ଭାବେ ପରିଚିତ ଥିଲେ । ସାମାଜିକ ଜୀବନରେ ମତ ପାର୍ଥକ୍ୟ ଏବଂ ବାଦବିବାଦ ରହିବ କିନ୍ତୁ ହିସାଂ ଓ ହତ୍ୟା କରିବା ଏହାଠୁ ଦୁଃଖଦ ଘଟଣା କିଛି ଥାଇନପାରେ । ଏହି ଘଟଣାରେ ପ୍ରଶାସଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।