ଶ୍ରେଣୀଗୃହରେ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ। ପିଲାଙ୍କୁ ପାଠପଢାଉଥିବା ବେଳେ କ୍ଲାସ ରୁମରେ ପଶି ହାଣିଲେ ଦୁର୍ବୃତ୍ତ

3,211

କନକ ବ୍ୟୁରୋ: ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ନିଆଳି ଆମ୍ବାପଡା ସରକାରୀ ସ୍କୁଲର ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲିଙ୍କୁ ସ୍କୁଲ ଭିତରେ ପଶି ଆକ୍ରମଣ କଲେ ସ୍ଥାନୀୟ ଯୁବକ ।

 

ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଉଥିବାବେଳେ ଲୋକେ ତାଙ୍କୁ କାବୁ କରି ପୋଲିସକୁ ଜିମା ଦେଇଛନ୍ତି । ତେବେ ଅଭିଯୁକ୍ତ ବିଭୂତି ମହାନ୍ତିଙ୍କୁ ଚାରିଛକ ଫାଣ୍ଡିରେ ଅଟକ ରଖାଯାଇଛି । ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣା ପଛରେ ଏକତରଫା ପ୍ରେମ ସନ୍ଦେହ କରାଯାଉଛି ।