ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରୀରେ ଗଳାକାଟି ଦେଲା ଦୁର୍ବୃତ୍ତ । ହତ୍ୟା ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ଧରି ପୋଲିସର ଜିମା ଦେଲେ ଗାଁଲୋକେ

154

କନକ ବ୍ୟୁରୋ: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରୀରେ ଗଳାକାଟି ଦେଲା ଦୁର୍ବୃତ୍ତ । ହତ୍ୟା ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ପୋଲିସର ଜିମା ଦେଲେ ଗ୍ରାମବାସୀ । ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଘଟଣା ସ୍ଥଳରେ ପହଂଚି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଗୁରୁତର ଅବସ୍ଥାରେ ଝିଅକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗାଁ ଲୋକେ ଯୁବକଙ୍କୁ କାବୁ କରି ନିସ୍ତୁକ ଛେଚିବା ପରେ ପୋଲିସ ଏହାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ତେବେ ନାବାଳିକାର ବେକ କାଟିବାର କାରଣ ଅସ୍ପଷ୍ଟ ରହିଛି ।