ଜମ୍ମୁରେ ସୀମା ଭିତରକୁ ପଶୁଥିଲେ ଅଜଣା ଯୁବକ, ଚେତାବନୀ ଦେଲା ପରେ ବି ଶୁଣିଲେନି । ଶେଷର ବିଏସଏଫ ଯବାନଙ୍କ ଗୁଳିରେ ଜୀବନ ଗଲା ।

864

ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଥିବା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଅନୁପ୍ରବେଶ କରୁଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଆଜି ବିଏସଏଫ୍‌ ଯବାନମାନେ ଗୁଳି କରି ମାରିଦେଇଛନ୍ତି ।

ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ସାମ୍ବା ଜିଲ୍ଲାର ମଙ୍ଗୁଛକ ଅଞ୍ଚଳରେ ଥିବା ଅନ୍ତର୍ଜାତୀୟ ସୀମାଦେଇ ଏହି ଅଜଣା ବ୍ୟକ୍ତି ଭାରତ ଭିତରକୁ ପ୍ରବେଶ କରୁଥିଲା । ପ୍ରବଳ ବର୍ଷାର ସୁଯୋଗ ନେଇ ସେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ତେବେ ତାକୁ ବିଏସଏଫ୍‌ ଯବାନମାନେ ଦେଖି ଅନୁପ୍ରବେଶ ନ କରିବାକୁ ଚେତାବନୀ ଦେଇଥିଲେ । ତାକୁ ଚେତାବନୀ ଦେଇ କିଛି ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ । ଏହା ସତ୍ତ୍ୱେ ସଂପୃକ୍ତ ବ୍ୟକ୍ତି ଅନୁପ୍ରବେଶ କରିଚାଲିଥିଲା । ଏହା ପରେ ବାଧ୍ୟ ହୋଇ ବିଏସଏଫ୍‌ ପକ୍ଷରୁ ଗୁଳି ଚଳାଇ ତାକୁ ମାରିଦିଆଯାଇଥିଲା । ଏହି ବ୍ୟକ୍ତିର ମୃତଦେହ ଏପର୍ଯ୍ୟନ୍ତ ସୀମା ନିକଟରେ ପଡ଼ିରହିଛି ।

ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଠିବା ପରେ ଏଠାରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ବରାବର ଉଦ୍ୟମ କରିଚାଲିଛି । ସୀମା ଓ ନିୟନ୍ତ୍ରଣରେଖା ଦେଇ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି ।