ବାଲେଶ୍ୱରରେ ଅଜଣା ପୋକ ଆତଙ୍କ। ଗଛ ପତ୍ର, ଘରଦ୍ୱାର ଚାରିଆଡ଼େ ଖାଲି ପୋକ ହିଁ ପୋକ।

ବାଲେଶ୍ୱରରେ ଅଜଣା ପୋକ ଆତଙ୍କ। ଗଛ ପତ୍ର, ଘରଦ୍ୱାର ଚାରିଆଡ଼େ ଖାଲି ପୋକ ହିଁ ପୋକ।

କନକ ବ୍ୟୁରୋ: ବାଲେଶ୍ୱର ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଜମେଶ୍ୱରପୁର ଗାଁରେ ଅଜଣା ପୋକ ଆତଙ୍କ । ବର୍ଷା ହେବା ପର ଠାରୁ କଳା ରଙ୍ଗର ପୁଳା ପୁଳା ପୋକ ଗାଁରେ ଦେଖିବାକୁ ମିଳିଛି । ଗଛପତ୍ର, ଘରଦ୍ୱାର ସବୁଠି ଖାଲି ପୋକ ହିଁ ପୋକ । ଯାହାକୁ ନେଇ ଆତଙ୍କିତ ଅଛନ୍ତି ଗ୍ରାମବାସୀ ।

ଆଜି ଓୟୁଏଟିର ୪ଜଣିଆ ଟିମ୍ ଗାଁରେ ପହଞ୍ଚି ପୋକଟିକୁ ଚିହ୍ନଟ କରିବା ପରେ କୀଟନାଶକ ସିଞ୍ଚନ କରିବାକୁ ପରାମର୍ଶ ଦେଇଛନ୍ତି । ପୋକ ଗୁଡ଼ିକ କେଉଁଠୁ ଆସୁଛନ୍ତି ତାହା ଜଣାପଡ଼ୁନାହିଁ । ପୋକ ଗୁଡ଼ିକ କାମୁଡ଼ିକା ଦ୍ୱାରା ଚର୍ମରେ ଲାଲ ରଙ୍ଗ ହୋଇଯାଉଛି । ଏପରିକି କୁଣ୍ଡେଇ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ସ୍ୱାସ୍ଥ୍ୟବିଭାଗ ଏଥିପ୍ରତି ସଜାଗ ହେବା ଦରକାର ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe