ରଥ ଯାତ୍ରାର ବ୍ୟବହୃତ ହେଉଥିବା ରଥ ଦଉଡିର ବି ରହିଛି ବିଶେଷତ୍ୱ । ରଥ ଟାଣିବା ପାଇଁ ଦଉଡି ପୁର୍ବରୁ କେରଳରୁ ଆସୁଥିଲା । ହେଲେ ଗତ କିଛି ବର୍ଷ ହେବ ପୁରୀ ବୀରପ୍ରତାପପୁର ଗାଁରେ ଓଡ଼ିଶା କଥା ପ୍ରସଧନ ପ୍ରକଳ୍ପ ଯୋଗାଇ ଆସୁଛି ରଥ ଦଉଡି । ଦଶ ବର୍ଷ ହେବ ଏହି ପ୍ରକଳ୍ପ ରଥ ଯାତ୍ରା ପାଇଁ ଦଉଡି ବନାଇ ଆସୁଛି । ନଡିଆ କତାରେ ପ୍ରସ୍ତୁତ ହୋଇଥାଏ ଏହି ରଥ ଦଉଡି ।
ଗୋଟିଏ ରଥ ଦଉଡିର ଲମ୍ବ ୨୨୦ ଫୁଟ୍ ଓ ଗୋଲେଇ ୮ ଇଂଚ୍ ହୋଇଥିବାବେଳେ ଏହାକୁ ତିଆରି କରିବା ପାଇଁ ୧୧୨ କିଲୋ କତାରସି, ମୋବେଲ୍ ୩୦ ଲିଟର୍, ଏବଂ କିରୋସିନ୍ ୧୫ ଲିଟର୍ ଆବଶ୍ୟକ ହୋଇଥାଏ । ଏହି ରଥ ଦଉଡି ତିଆରି କରିବାକୁ ୧୫ ଜମ ଶ୍ରମିକଙ୍କୁ ୨ ଦିନ ସମୟ ଲାଗିଥାଏ । ରଥ ପାଇଁ ଚଳିତ ବର୍ଷ ୧୫ ଟି ରଥଟଣା ଦଉଡି ଏବଂ ୬ଟି ଘେର ଦଉଡି ବ୍ୟବହାର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/ratha-rope.jpg)