ବ୍ୟବହାର କରୁଥିବା ଏଟିଏମ ବିଷୟରେ କେତେ ଜାଣିଛନ୍ତି ଆପଣ ? ପଢ଼ନ୍ତୁ ପୁରା ଖବର

39

ପ୍ରତିଦିନ ଟଙ୍କା ବାହାର କରିବା ପାଇଁ ଆମେ ଏଟିମର ବ୍ୟବହାର କରିଥାଉ । ଏହା ଆମ ଜୀବନର ଏକ ଆବଶ୍ୟକତା ହୋଇସାରିଛି । ଯଦି ଏଟିଏମକୁ ବାଦ ଦିଆଯାଏ ତେବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ ଏଟିଏମ ସମ୍ବନ୍ଧୀୟ ଏହିଭଳି ବହୁତ କିଛି କଥା ରହିଛି ଯାହାକୁ ଆପଣ ମଧ୍ୟ ଜାଣିନଥିବେ । ଆସନ୍ତୁ ଆଲୋଚନା କରିବା । ଏଟିଏମ ଏକ ଟେଲି କମ୍ୟୁନିକେସନ ଡିଭାଇସ, ଯାହା ବିନା କ୍ୟାସିଅରର ବ୍ୟାଙ୍କ ଏବଂ ଗ୍ରାହକଙ୍କ ମଧ୍ୟରେ ଆର୍ଥିକ ଟ୍ରାଂଜାକ୍ସନ କରିଥାଏ । ଏହି ବିଷୟରେ ପ୍ରଥମେ ଜାପାନରେ ମେସିନ ଲଗାଯାଇଥିଲା ।

ଏଟିଏମ କେମିତି କରେ କାମ?

ଏଟିଏମ ଏକ ଟାଟା ଟର୍ମିନାଲ ଯାହା ଏଟିଏମ କଂଟ୍ରୋଲର ସହିତ ଯୋଡ଼ି ହୋଇ ରହିଥାଏ । ଏହା ଇଏଫଟିପିଓସ ସ୍ୱିଚ ନାମରେ ପରିଚିତ । ଆରମ୍ଭରୁ ଏଟିଏମ କେବଳ ଗୋଟିଏ ବ୍ୟାଙ୍କ ସହିତ ଯୋଡ଼ି ହୋଇ ରହିଥିଲା, ଯେଉଁଥିରେ ଗ୍ରାହକ କେବଳ ନିଜ ବ୍ୟାଙ୍କର ମେସିନରୁ ଟଙ୍କା ବାହାର କରିପାରୁଥିଲେ । ଏହାପରେ ବ୍ୟାଙ୍କ ଏକ କମ୍ପ୍ୟୁଟର ନେଟୱର୍କ ପ୍ରସ୍ତୁତ କଲା । ଏହି ନେଟୱର୍କ ସମସ୍ତ ବ୍ୟାଙ୍କ ସହିତ ଯୋଡ଼ି ହୋଇ ରହିଥାଏ । ଏହା ଇଫଟିପିଓସ ଟର୍ମିନାଲ ସହିତ ମଧ୍ୟ ଯୋଡ଼ି ହୋଇ ରହିଥାଏ । ଏହା ଦ୍ୱାରା ଯେକୌଣସି କାର୍ଡ଼ରେ ବସ୍ତୁ ଏବଂ ସେବା ନେବାର ସମସ୍ତ ସୂଚନା ପହଂଚିଥାଏ ।

ନ୍ୟାସନାଲ ଫାଇନାନସିଆଲ ସ୍ୱିଚ ବା ଏନଏଫଏସ ଭାରତର ସବୁଠାରୁ ବଡ଼ ଇଂଟରବ୍ୟାଙ୍କ ନେଟୱର୍କ । ଏହି ନେଟୱର୍କରେ ପାଖାପାଖି ୨ ଲକ୍ଷ ଏଟିଏମ ବା ୯୦ରୁ ଅଧିକ ବ୍ୟାଙ୍କ ଯୋଡ଼ି ହୋଇ ରହିଛନ୍ତି । ଏହା ବ୍ୟତୀତ କ୍ୟାସନେଟ, ଇମିଡିଏଟ ପେମେଂଟ ସର୍ଭିସ ଆଦି ଅନ୍ୟ କେତେକ ନେଟୱର୍କ ମଧ୍ୟ କାମ କରୁଛି । କାର୍ଡ଼ ଏସୋସିଏସନ କୌଣସି ବ୍ୟାଙ୍କର କାର୍ଡ଼ ପ୍ରୋଗ୍ରାମକୁ ଲାଇସେନ୍ସ ଦିଅନ୍ତି ଏବଂ ଭିନ୍ନ ଭିନ୍ନ ନେଟୱର୍କରେ ଟ୍ରାଂଜାକ୍ସନ କରିବା ପାଇଁ ଟେକ୍ନୋଲୋଜି ଏବଂ ଆକସେସ ଦେଇଥାଏ । ଏହି ଆସୋସିଏସନ ନିଜ ମେମ୍ବର ବ୍ୟାଙ୍କ ପାଇଁ ଅପରେସନାଲ ଫଙ୍କସନର କାମ କରିଥାଏ ।