ଯନ୍ତ୍ରଣାରେ ଜଡ଼ସଡ଼ କୁନି ପୁଅର ଜୀବନ। ଅଜଣା ଚର୍ମରୋଗରେ ପୀଡିତ ଶେରଗଡ ଗୋଠଗାଁ ଦାଣ୍ଡର ୧୦ ବର୍ଷର ଜଗନ୍ନାଥ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କୁନି ପୁଅଟିକୁ ଯିଏ ଦେଖୁଛି, ସିଏ କହୁଛି ହେ ଜଗନ୍ନାଥ! ଜଗାକୁ ସାହା ହୁଅ...

Advertisment
ଯନ୍ତ୍ରଣାରେ ଜଡ଼ସଡ଼ କୁନି ପୁଅର ଜୀବନ। ଅଜଣା ଚର୍ମରୋଗରେ ପୀଡିତ ଶେରଗଡ ଗୋଠଗାଁ ଦାଣ୍ଡର ୧୦ ବର୍ଷର ଜଗନ୍ନାଥ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କୁନି ପୁଅଟିକୁ ଯିଏ ଦେଖୁଛି, ସିଏ କହୁଛି ହେ ଜଗନ୍ନାଥ! ଜଗାକୁ ସାହା ହୁଅ...

କନକ ବ୍ୟୁରୋ: ଯନ୍ତ୍ରଣାରେ ଜଡ଼ସଡ଼ କୁନି ପୁଅର ଜୀବନ । ଅଜଣା ଚର୍ମରୋଗରେ ପୀଡିତ ଶେରଗଡ ଗୋଠଗାଁ ଦାଣ୍ଡର ପ୍ରଭାକର ପ୍ରଧାନଙ୍କ ସାନ ପୁଅ ଜଗନ୍ନାଥ । କୁନି ପୁଅଟି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପୁଅକୁ ଦେଖି ବାପା-ମାଆଙ୍କ ଆଖିରୁ ଲୁହ ସୁଖୁନଥିବା ବେଳେ ଜଗାକୁ ଯିଏ ଦେଖୁଛି, ସିଏ କହୁଛି ହେ ଜଗନ୍ନାଥ! ଜଗାକୁ ସାହା ହୁଅ ।

publive-image

ଅଜଣା ଚର୍ମ ରୋଗରେ ପୀଡିତ ଶିଶୁ । ଜୀବନକୁ ବଳି ପଡିଛି ଯନ୍ତ୍ରଣା । ୧୦ ବର୍ଷର ଜଗନ୍ନାଥ । ଖେଳିବା,ବୁଲିବା ବୟସରେ ଅଜଣା ରୋଗ ସହ ଜୁଝି ହେଉଛି ଜଗା । ଜନ୍ମରୁ ଜଗାକୁ ମାଡି ବସିଛି ଅଜଣା ଚର୍ମରୋଗ । ବୟସ ବଢିବା ସହ କଷ୍ଟ ବି ବଢୁଛି । ଦେହର ଚର୍ମ ଫାଟି ଯାଉଛି, ଧିରେ ଧିରେ ସେହି ଚର୍ମ ଶୁଖି ଝଡି ପଡୁଛି ।

publive-image

ଗଂଜାମ ଶେରଗଡ ବ୍ଲକ ଗୋଠଗାଁଦାଣ୍ଡର ପ୍ରଭାକର ପ୍ରଧାନଙ୍କ ସାନ ପୁଅ ଜଗନ୍ନାଥ । ପ୍ରଭାକର ପେଶାରେ ଜଣେ ଦିନ ମଜୁରିଆ । ସ୍ତ୍ରୀ ସୁଷମା ଓ ୨ ପୁଅଙ୍କୁ ନେଇ ତାଙ୍କ ସଂସାର । ସାନ ପୁଅ ଜଗା ଜନ୍ମ ହେବା ପରଠାରୁ ପରିବାରର ବଢିଯାଇଛି ଦୁଃଖ । ଅଜଣା ରୋଗରେ ପୀଡିତ ପୁଅକୁ ଭଲ କରିବା ପାଇଁ ବହୁ ଡାକ୍ତରଖାନା ବୁଲିଛନ୍ତି ଗରିବ ବାପା । ହେଲେ ଅର୍ଥାଭାବ ଯୋଗୁଁ ଅଧାରେ ଅଟକି ଯାଇଛି ଜଗାର ଚିକିତ୍ସା । ଗରିବଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ଜଗନ୍ନାଥଙ୍କ ପାଇଁ କୁଆଡେ ଯାଇଛି ସେହି ସବୁ ଯୋଜନା? କ’ଣ ଜଗାର ଯନ୍ତ୍ରଣା ଦେଖିପାରୁନି ପ୍ରଶାସନ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe