କନକ ବ୍ୟୁରୋ : ରାୟଗଡ଼ା ଚନ୍ଦ୍ରପୁର ବ୍ଲକରେ ଅଜଣାରୋଗ ଆତଙ୍କ ଦେଖାଦେଇଛି । ଜୁବାଗୁଡ଼ି ଗାଁରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୫ଜଣଙ୍କ ମୃତ୍ୟୁ ହେଲାଣି । ପୂର୍ବରୁ ଡାକ୍ତରୀ ଟିମ୍ ଗାଁରେ ପହଂଚି ରକ୍ତ ନମୂନା ସଂଗ୍ରହ କରିଥିଲେ ମଧ୍ୟ ରୋଗ ଚିହ୍ନଟ ହୋଇପାରିନାହିଁ । ଯାହାକୁ ନେଇ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବ୍ଲକ ଠାରୁ ୨୭କିମି ଦୂରରେ ଥିବା ଗାଁରେ ୧୯ଟି ଆଦିବାସୀ ପରିବାର ରହିଛନ୍ତି । ତେବେ ଗତ କିଛି ଦିନ ହେବ ଅଜଣାରୋଗ ରୋଗରେ ଆକ୍ରାନ୍ତ ହୋଇ ଲୋକମାନଙ୍କର ମୃତ୍ୟୁ ଘଟୁଛି । ପ୍ରଥମେ ଝାଡା ବାନ୍ତି ଓ ପରେ ଶରୀରରେ ଅନ୍ୟ ଲକ୍ଷଣ ଦେଖାଯାଉଛି । ଗାଁରେ ବ୍ୟାପୁଥିବାରୋଗର କାରଣ ଜଣାପଡ଼ୁନଥିବା ବେଳେ ରୋଗୀ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

Advertisment