କନକ ବ୍ୟୁରୋ: ଜୟପଟଣା ଟିଙ୍ଗୋପଖାନରେ ଥମୁନି ଡାଇରିଆ ସଂକ୍ରମଣ। ଡାଇରିଆ ସ୍ଥିତିର ଅନୁଧ୍ୟାନ କଲେ ଜିଲ୍ଲାପାଳ। ୨୯ ଜଣ ଗ୍ରାମବାସୀ ଆକ୍ରାନ୍ତ ହୋଇଛନ୍ତି । ଗାଁରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଚାଲିଛି । ପ୍ରାଥମିକ ଚିକିତ୍ସା ସହ ଘରଘର ବୁଲି ଲୋକଙ୍କୁ ସଚେତନ କରୁଛି ସ୍ବାସ୍ଥ୍ୟ ବିଭାଗ । ଗୁରୁତରଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।
ତେବେ ଆଜି କଳାହାଣ୍ଡି ଜିଲ୍ଲାପାଳ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ସେପଟେ ପ୍ରଭାବିତ ଗାଁରେ ବର୍ଷା ଲାଗି ରହିଛି। ଜରିଗୁମାରୁ ଟିଙ୍ଗୋପାଖାନକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ମଧ୍ୟରେ ଥିବା ଗାଈଧାର ନଦୀ ପୋଲ ଉପରେ ୩ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ପ୍ରଭାବିତ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ବର୍ଷାର ପରିମାଣ ବଢ଼ିଲେ ସଂକ୍ରମିତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି।
Follow Us