କୁଆଖାଇ ନଦୀ ପଠାରୁ ମୃତଦେହ ଉଦ୍ଧାର ହେବା ଘଟଣା : ଡିସିପି କହିଲେ ଏମ୍ସରେ ହେବ ଶବ ବ୍ୟବଚ୍ଛେଦ; ଚପଲ, ଡ୍ରେସ ଓ ଏଫଏମ୍ଟି ରିପୋର୍ଟକୁ ନେଇ ଆଗେଇବ ତଦନ୍ତ

326

କନକ ବ୍ୟୁରୋ : ସାଇଂଟିଫିକ୍ ଟିମ୍ ଉପସ୍ଥିତିରେ ବରିମୁଣ୍ଡ କୁଆଖାଇ ନଦୀ ପଠାରୁ ଉଦ୍ଧାର ହୋଇଛି ମୃତ ଦେହ । ଡିସିପି କହିଛନ୍ତି ଏମ୍ସରେ ଶବ ବ୍ୟବଚ୍ଛେଦ ହେବ । ଚପଲ, ଡ୍ରେସ ଓ ଏଫଏମ୍ଟି ରିପୋର୍ଟକୁ ନେଇ ତଦନ୍ତ ଆଗେଇବ । ଗତକାଲି ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଲାଇଟ ବ୍ୟବସ୍ଥା କରି ଜଗି ରହିଥିଲା । ସକାଳୁ ସାଇଂଟିଫିକ୍ ଟିମ୍ ଏବଂ ସ୍ପେଶାଲ ସ୍କ୍ୱାର୍ଡ଼ ତଦନ୍ତ କରିଛନ୍ତି ।

କ୍ରାଇମସିନ୍ ବା ଘଟଣାସ୍ଥଳ ଥ୍ରିଡ଼ି ସ୍କାନ୍ କରାଯାଇଛି । ଏହା ଘଟଣାସ୍ଥଳର ୩୬୦ ଡିଗ୍ରୀ ଚିତ୍ର ଉତ୍ତୋଳନ ପାଇଁ ସକ୍ଷମ । ପରବର୍ତ୍ତୀ ସମୟରେ କ୍ରାଇମ ସିନ୍ ନଷ୍ଟ ହୋଇଗଲେ ମଧ୍ୟ ଏହି ଥିଡି ସ୍କାନର ଜରିଆରେ ନିଆଯାଇତିବା ଚିତ୍ର ଘଟଣାସ୍ଥଳର ଏକ ଅବିକଳ ଚିତ୍ର ସାମ୍ନାକୁ ଆଣିପାରିବ । ସେପଟେ ଥାନାରେ ହୋଇଥିବା ମିସିଂ ରିପୋର୍ଟ ଅନୁସାରେ ତଦନ୍ତ କରାଯିବ । ମୃତଦେହ ଉଦ୍ଧାର ପରେ ଏହା ଜଣେ ପୁରୁଷଙ୍କ ମୃତଦେହ ବୋଲି ଅନୁମାନ କରାଯାଉଛି ।