ମେଣ୍ଢା ମାରିଲା କିଏ ? ସୁବର୍ଣ୍ଣପୁରରେ ଅଜଣା ଜନ୍ତୁ ଆତଙ୍କ । ଗୁହାଳରେ ପଶିଲା, ୨୫ ମେଣ୍ଢା ମାରିଲା

ମେଣ୍ଢା ମାରିଲା କିଏ ? ସୁବର୍ଣ୍ଣପୁରରେ ଅଜଣା ଜନ୍ତୁ ଆତଙ୍କ । ଗୁହାଳରେ ପଶିଲା, ୨୫ ମେଣ୍ଢା ମାରିଲା

କନକ ବ୍ୟୁରୋ: ପୁଣି ଫେରିଲା ଅଜଣା ଜନ୍ତୁ । ସୁବର୍ଣ୍ଣପୁର ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ । ବୀର ମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତର କୁମର ସିଂହା ଗାଁର ଜଣଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୨୫ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୨୫ ମେଣ୍ଢା ମରିଥିବା ବେଳେ ୨୦ରୁ ଅଧିକ ମେଣ୍ଢା ଗୁରୁତର ହୋଇଛନ୍ତି ।

ମେଣ୍ଢା ଚାଷରେ ହିଁ କପିଳ ମହାକୁରଙ୍କ ପରିବାର ପୋଷା ହୁଅନ୍ତି। ଏପରି ଅଚାନକ ତାଙ୍କ ଗୁହାଳରେ ୨୫ଟି ମେଣ୍ଢା ମରି ପଡ଼ିଥିବା ଦେଖି ତାଙ୍କ ମୁଣ୍ଢରେ ଚଡ଼କ ପଡ଼ିଛି। କିପରି ପରିବାରର ପେଟ ପୋଷିବେ ଏ ନେଇ ଚିନ୍ତାରେ କପିଳ।
ଗତକାଲି ରାତିରୁ ଏହି ଅଘଟଣ ଘଟିଥିଲେ ମଧ୍ୟ ଏ ପର୍ୟ୍ୟନ୍ତ କୌଣସି ସରକାରୀ କର୍ମୀଙ୍କର ଦେଖାସାକ୍ଷାତ ନାହିଁ। ବନ ବିଭାଗ କମର୍ଚାରୀ, ପ୍ରାଣୀ ଚିକିତ୍ସା ବିଭାଗ କିମ୍ବା କୌଣସି ପ୍ରଶାସନ ଅଧିକାରୀ ତାଙ୍କୁ ଭେଟିନାହାନ୍ତି ବୋଲି ସେ କହିଛନ୍ତି। ସରକାର ତାଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ତେବେ ଗତ ଅଗଷ୍ଟ ମାସରେ ଗଞ୍ଜାମରେ ଅଜଣା ଜନ୍ତୁ ଆକ୍ରମଣ କରିଥିଲା । ଅଜଣା ଜନ୍ତୁ ଆକ୍ରମଣରେ ୪୦ ଛେଳି ମରିଥିବା ବେଳେ ଏବେ ସୁବର୍ଣ୍ଣପୁର ଡେଇଁଛି ଆତଙ୍କ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe