କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ଲ’ କଲେଜର ବିବାଦ ପିଛା ଛାଡିବାର ନାଁ ଧରୁନାହିଁ । ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛି ଏହି ପ୍ରତିଷ୍ଠିତ ଆଇନ ମହାବିଦ୍ୟାଳୟ । କିଛି ଦିନ ତଳେ ବାର କାଉନସିଲ ଅଫ ଇଣ୍ଡିଆର ଅନୁମୋଦନ ନଥିବାରୁ ଚର୍ଚ୍ଚାରେ ଥିଲା କଲେଜ । ଯେଉଁଥିପାଇଁ ଜଣେ ବିହାର ଛାତ୍ର ଆଇନ ଡିଗ୍ରୀ ପାଇ ମଧ୍ୟ ବିହାର ବାର କାଉନ୍ସିଲରେ ଓକିଲାତି ଲାଇସେନ୍ସ ମିଳୁନଥିବା ଅଭିଯୋଗ କରିଥିଲେ । ଆଉ ଏବେ ଅଧ୍ୟାପକ ଅଭାବ ନେଇ ପୁଣି ଥରେ ଚର୍ଚ୍ଚାରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଲ’ କଲେଜ । ଦୁଇଟି ସେଲ୍ଫ ଫାଇନାନ୍ସ କୋର୍ସ ଏବଂ ୩ ବର୍ଷିଆ ଏଲଏଲବି କୋର୍ସ ଲାଗି କଲେଜରେ ମୋଟ ୬୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଜଣେ ମାତ୍ର ଅଧ୍ୟାପକ ଅଛନ୍ତି ଏବଂ ଅତିଥି ଅଧ୍ୟାପକଙ୍କୁ ନେଇ କଲେଜ ଚାଲିଥିବା ସ୍ୱୀକାର କରିଛନ୍ତି କଲେଜର ଅଧ୍ୟକ୍ଷ ।

Advertisment

ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟରେ ଉତ୍କଳ ଅଧ୍ୟାପକ
ଅଧ୍ୟାପକଙ୍କୁ ଛାଡିବାକୁ ନାରାଜ୍ ଏମଏସ କର୍ତୃପକ୍ଷ
ୟୁଜିସି ନିୟମ ଅନୁଯାୟୀ,
- ୟୁନିଭରସିଟି ଲ’ କଲେଜରେ ୧୦ରୁ ୧୨ ଜଣ ଅଧ୍ୟାପକ ନିଯୁକ୍ତ ହେବାକଥା
- ରାଜ୍ୟ ସରକାର ୫ ଅଧ୍ୟାପକ ଓ ଜଣେ ଅଧ୍ୟକ୍ଷଙ୍କୁ ମିଶାଇ ୬ଜଣଙ୍କୁ ଅନୁମୋଦନ କରିଛନ୍ତି
- ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ନିଯୁକ୍ତ ହୋଇ ଦରମା ନେଉଥିବା ୩ ଅଧ୍ୟାପକ ଏବେ ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟରେ ପାଠ ପଢାଉଛନ୍ତି
- ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବାରମ୍ବାର ନୋଟିସ କରାଯାଇଥିଲେ ମଧ୍ୟ ଅଧ୍ୟାପକଙ୍କୁ ଫେରାଇବାକୁ ଅମଙ୍ଗ ଏମଏସ ବିଶ୍ୱବିଦ୍ୟାଳୟ

ଉଚ୍ଚଶିକ୍ଷା ବିଭାଗ ୩ ଅଧ୍ୟାପକଙ୍କୁ ପୋଷ୍ଟିଂ କରିଛନ୍ତି । ମଧୁସୂଦନ ଆଇନ ବିଦ୍ୟାଳୟ, ବିଶ୍ୱବଦ୍ୟାଳୟ ହେବାପରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଅଧ୍ୟାପକ ରହିଛନ୍ତି । ଯଦି ୩ ଅଧ୍ୟାପକଙ୍କୁ ଛଡାଯାଏ ବିଶ୍ୱବିଦ୍ୟାଳୟର ପାଠପଢାରେ ବ୍ୟାଘାତ ସୃଷ୍ଟି ହେବ ବୋଲି କହିଛନ୍ତି କୂଳସଚିବ ।

ରାଜ୍ୟର ଅନ୍ୟତମ ପୁରାତନ ଆଇନ ବିଦ୍ୟାଳୟ ହେଉଛି ୟୁନିଭରସିଟି ଲ କଲେଜ । ଆଶଙ୍କା କରାଯାଉଛି ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ ନକଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଭିତରେ ଅସ୍ଥା ହରେଇବ ୟୁନିଭରସିଟି ଲ’ କଲେଜ ।