ରାଜ୍ୟରେ ବିଶ୍ୱବିଦ୍ୟାଳୟ ଡିଗ୍ରୀଧାରୀଙ୍କ ନିଯୁକ୍ତି ନୈରାଶ୍ୟଜନକ : କାମ କରୁନି ପ୍ଲେସମେଂଟ ସେଲ୍

ସିଏଜି ରିପୋର୍ଟ, କ୍ୟାରିଅର କାଉନସେଲିଂ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଛି ୧୭ଲକ୍ଷ; ହେଲେ ଖର୍ଚ୍ଚ କରିଛି ମାତ୍ର ୨୯ହଜାର

62

କନକ ବ୍ୟୁରୋ : ରାଜ୍ୟରେ ବିଶ୍ୱବିଦ୍ୟାଳୟ ସ୍ତରରେ ନିଯୁକ୍ତି ନୈରାଶ୍ୟଜନକ । ବିଧାନସଭାରେ ଆଗତ ସିଏଜି ବିବରଣୀରୁ ଏହି ତଥ୍ୟ ମିଳିଛି । ଶିକ୍ଷାବର୍ଷ ୨୦୧୪-୨୦୧୯ ମଧ୍ୟରେ ଉକ୍ରଳ ବିଶ୍ୱବିଦ୍ୟାଳୟର ୨୬.୧୦ ପ୍ରତିଶତ ଓ ଉତର ଓଡିଶା ବିଶ୍ୱବିଦ୍ୟାଳୟର ୩.୭୯ ପ୍ରତିଶତ ଛାତ୍ରଛାତ୍ରୀ ନିୟୋଜନ କକ୍ଷ ଓ ନିଯୁକ୍ତି ମେଳା ମାଧ୍ୟମରେ ଚାକିରୀ ପାଇଛନ୍ତି । ଉଚ୍ଚଶିକ୍ଷାର ଫଳାଫଳ ଜାଣିବା ପାଇଁ ସିଏଜି ପକ୍ଷରୁ ଏହି ଦୁଇ ବିଶ୍ୱବିଦ୍ୟାଳୟକୁ ନମୁନା ଭାବେ ନିଆଯାଇଥିଲା ।

ଏଥିରେ ଜଣାପଡିଛି ଯେ, ଉତ୍କଳ ଓ ଉତର ଓଡିଶା ବିଶ୍ୱବିଦ୍ୟାଳୟ ସହ ଆଉ ୪ଟି କଲେଜ ରାଜ୍ୟ ସରକାରଙ୍କ ଠାରୁ କ୍ୟାରିୟର କାଉନସେଲିଂ ପାଇଁ ୪୧. ୫୦ ଲକ୍ଷ ଟଙ୍କା ପାଇଛନ୍ତି । ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଥିବା ୧୭ ଲକ୍ଷ ଟଙ୍କାରୁ ମାତ୍ର ଖର୍ଚ୍ଚ କରିଛି ମାତ୍ର ୨୯ ହଜାର ଟଙ୍କା । ଏହା କାଉନସେଲିଂ ସେଲ ଉଦଘାଟନ ପାଇଁ ଖର୍ଚ ହୋଇଛି । ଏହା ମାର୍ଚ୍ଚ ୨୦୧୭ର ହୋଇଛି । ଏହାପରଠାରୁ କାଉନସେଲିଂ ସେଲ୍ କାର୍ଯ୍ୟର୍କ୍ଷମ ନାହିଁ । ସେହିପରି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ୧୨. ୫୦ ଲକ୍ଷ ଟଙ୍କା ପାଇଥିଲା ତେବେ ଖର୍ଚ୍ଚ କରିଛି ମାତ୍ର ୨ ଲକ୍ଷ ୧୩ ହଜାର ଟଙ୍କା ।