ରାଜ୍ୟରେ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ।

531

କନକ ବ୍ୟୁରୋ : ରାଜ୍ୟରେ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି । ୧୫ ମାର୍ଚ୍ଚ ଯାଏଁ ଚାଲିବ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢା । ଫାଇନାଲ ସେମିଷ୍ଟାର ପରୀକ୍ଷା ପାଇଁ ଖୋଲାଯିବ ବିଶ୍ୱବିଦ୍ୟାଳୟ ।

୧୬ରୁ ୩୧ ମାର୍ଚ୍ଚ ଯାଏଁ ଚାଲିବ ବିଶ୍ୱବିଦ୍ୟାଳୟ ଓ କଲେଜର ସେମିଷ୍ଟାର ପରୀକ୍ଷା । ୩୦ ଏପ୍ରିଲରେ ବାହାରିବ ସେମିଷ୍ଟାର ପରୀକ୍ଷା ଫଳ । ଫାଇନାଲ ସେମିଷ୍ଟାର ପାଇଁ ୨ ଏପ୍ରିଲରୁ ୧୫ ଜୁନ ଯାଏଁ ପାଠପଢା । ୧୬ରୁ ୩୧ ଜୁନ ଯାଏଁ ଚାଲିବ ସେମିଷ୍ଟାର ପରୀକ୍ଷା । ଜୁଲାଇ ୧୫ରୁ ବାହାରିବ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ।

ସେହିପରି ଜାନୁଆରୀ ୮ରୁ ସ୍କୁଲ ଖୋଲିବ ବୋଲି ଗତକାଲି ଗଣଶିକ୍ଷା ବିଭାଗ ଘୋଷଣା କରିଛି । ଏଣିକି ଦୀର୍ଘଦିନ ପରେ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ଯାଉଛି । ଏହାସହ କୋଭିଡ ଗାଇଡଲାଇନ ମଦ୍ୟ ପାଳନ କରାଯିବ ।