ଖୁବଶୀଘ୍ର ଆସୁଛି ବିଶ୍ୱ କରଜଛାଡ଼ ଯୋଜନା ! ଯୋଜନାର ଲାଭ ଉଠାଇପାରିବେ ଲକ୍ଷ ଲକ୍ଷ ଗରିବ ଚାଷୀ , କାରିଗର ଏବଂ ବ୍ୟବସାୟୀ ।

532

ଭାରତରେ ଛୋଟ କମ୍ପାନୀ,ଛୋଟ ଚାଷୀ ଏବଂ ବ୍ୟବସାୟଙ୍କ କରଜ ଛାଡ କରିବା ପାଇଁ କାମ ଆରମ୍ଭ ହୋଇସାରିଛି । ଏହି ଯୋଜନାକୁ ଲାଗୁ କରିବା ପାଇଁ ଆଗାମୀ ସରକାର ସାମ୍ନାରେ ଏହି ଯୋଜନାକୁ ଲାଗୁ କରାଯିବ । ଏହି କରଜ ଛାଡ ଯୋଜନାର ଲାଭ ଛୋଟ ଚାଷୀ, କାରିଗର ତଥା ମାଇକ୍ରୋ ଏଣ୍ଟରପ୍ରାଇଜେସ୍ କୁ ମିଳିବ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ନିର୍ଦ୍ଧାରିତ ଆୟ ଏବଂ ସମ୍ପତ୍ତି ସୀମାରୁ ତଳକୁ ଥିବା ଲୋକଙ୍କ କରଜ ଛାଡ଼ କରାଯିବ । ଏଥିରେ ୬୦,୦୦୦ ବା ଏହାଠାରୁ କମ୍ ବାର୍ଷିକ ଆୟ ଥିବା ଲୋକ, ୩୫,୦୦୦ ବା ଏହାଠାରୁ କମ୍ କରଜ ଥିବା ଲୋକ ଏବଂ ୨୦,୦୦୦ ବା ଏହାଠାରୁ କମ୍ ସଂପତ୍ତି ଥିବା ଲୋକ ଏହି ଯୋଜନାର ପାତ୍ର ହୋଇପାରିବେ ।

ରିପୋର୍ଟ ଅନୁସାରେ , ଏହି ଯୋଜନାକୁ ଆଗାମୀ ସରକାରଙ୍କ ସାମ୍ନାକୁ ଅଣାଯିବ । କରଜଛାଡ଼ ଆବେଦନକୁ ଦେଖିବା ଏବଂ ଏହା ଉପରେ ଫଇସଲା କରିବା ପାଇଁ ଏକ ଟିମ୍ ପ୍ରସ୍ତୁତ କରାଯିବ । ଯଦି ଏହି ଯୋଜନାର ଲାଭ କେହି ଉଠାଇବାକୁ ଚାହୁଁନଥାନ୍ତି ତେବେ ସେମାନଙ୍କୁ ଏଥିରୁ ସ୍ୱାଧୀନତା ଦିଆଯିବ । ଏଭଳି ପଦକ୍ଷେପ ଏଥିପାଇଁ ନିଆଯାଇଛି କାରଣ କରଜଛାଡ଼ ନେଉଥିବା ବ୍ୟକ୍ତିଙ୍କ ଶାଖାରେ ମୋହର ଲାଗିବ ଏବଂ ଭବିଷ୍ୟତରେ କରଜ ନେଲା ବେଳକୁ ଅସୁବିଧା ଉପୁଜିପାରେ । ତେଣୁ ଏହି ବିକଳ୍ପକୁ ଯୋଜନାରେ ରଖାଯିବ । ଏହି ଯୋଜନାରେ ଲକ୍ଷ ଲକ୍ଷ ଲୋକ ଲାଭବାନ ହେବେ ।