କନକ ବ୍ୟୁରୋ : ବିଶ୍ୱ ମଂଚରେ ଭାରତୀୟ କୁସ୍ତିସଂଘକୁ ଝଟକା । ରବ୍ଦ ହେଲା ସଦସ୍ୟତା । ମିଳିତ ବିଶ୍ୱ କୁସ୍ତିସଂଘ ତରଫରୁ ଏହି ବଡ ନିଷ୍ପତି ନିଆଯାଇଛି । ଅନିଶ୍ଚିତ କାଳ ପାଇଁ ଏହି ନିଷ୍ପତି ନେଇଛି ଡବଲୁଏଫଆଇ । ଉଚିତ ସମୟରେ କୁସ୍ତିମହାସଂଘର ନିର୍ବାଚନ ନକରିବାରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି । ଏମିତିକି ପୂର୍ବରୁ ମଧ୍ୟ ଏନେଇ ଚତେଇସାରିଥିଲା ବିଶ୍ୱ କୁସ୍ତି ସଂଘ । ସବୁଠାରୁ ବଡ କଥାହେଲା ଆଗାମୀ ଦିନରେ ଭାରତୀୟ କୁସ୍ତିଯୋଦ୍ଧାମାନେ ଭାରତୀୟ ପତାକା ସହ ବିଶ୍ୱ ଚମ୍ପିଆନସିପରେ ଭାଗନେବାରେ ରୋକ୍ ଲାଗିବ ।

Advertisment

ସେହିପରି ସେମାନଙ୍କୁ ନିରପେକ୍ଷ ଆଥଲେଟ୍ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ପଡିବ । ଯେତେବେଳେ ଅଲମ୍ପିକ୍ସ ବିଜେତା କୁସ୍ତିଯୋଦ୍ଧା ମାନେ ଦୀର୍ଘ ମାସ ଧରି ଭାରତୀୟ କୁସ୍ତି ମହାସଂଘର ତକ୍ରାଳୀନ ଅଧ୍ୟକ୍ଷ ବ୍ରିଜଭୁଷଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ଏମିତିକି ତାଙ୍କର ଇସ୍ଥ୍ରଫା ସହ ଗିରଫ ଦାବିରେ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ଘଟଣା ପରେ ବିଜେପି ସାଂସଦଙ୍କ ଅଡୁଆ ବଢିଥିଲା । ଖାଲି ଦେଶ ନୁହେଁ ଭାରତ ବାହାରୁ ମଧ୍ୟ କୁସ୍ତି ଯୋଦ୍ଧାଙ୍କ ପ୍ରଦର୍ଶନକୁ ସମର୍ଥନ ମିଳିଥିଲା । ସାଂସଦ ବ୍ରିଜଭୁଷଣଙ୍କ ଅଡୁଆ ମଧ୍ୟ ବଢିଥିଲା । ତେବେ ଗତ ଅଗଷ୍ଟ ୧୨ ତାରିଖରେ ୧୫ ଟି ପଦ ପାଇଁ ନିର୍ବାଚନ ହେବାର ଥିଲା । କିନ୍ତୁ କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଓ ବିଭିନ୍ନ ରାଜ୍ୟରୁ ଆବେଦନ ପରେ ନିର୍ବାଚନ ଘୁଂଚିଥିଲା ।