ପାକିସ୍ତାନକୁ ନେଇ ଆମେରିକାର ବଡ କାର୍ଯ୍ୟାନୁଷ୍ଠାନ : ୫୨ ପାକିସ୍ତାନୀ ନାଗରିକଙ୍କୁ ଦେଶରୁ କଲା ବାହାର 

283

ଆମେରିକା ୫୨ ପାକିସ୍ତାନୀ ପ୍ରବାସୀଙ୍କୁ ସ୍ୱଦେଶ ପଠାଇଛି । ଏହି ପ୍ରବାସୀ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଶେଷ ବିମାନ ଦ୍ୱାରା ଇସଲାମାବାଦ ପହଂଚିଛନ୍ତି । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରୈଶୀ ପାକିସ୍ତାନର ନ୍ୟାସନାଲ ଆସେମ୍ଲିର ବିଦେଶ ମାମଲା ସଂପର୍କରେ ସ୍ଥାୟୀ ସମିତିକୁ ସୂଚିତ କରିଛନ୍ତି କି ଆମେରିକୀୟ ଅଧିକାରୀମାନେ ଆବ୍ରଜନ ଉଲ୍ଲଘଂନ, ଅପରାଧିକ ଆଚରଣ ଓ ଅନ୍ୟ ଗମ୍ଭୀର ଅଭିଯୋଗ ଆଧାରରେ ପାକିସ୍ତାନୀ ନାଗରିକଙ୍କୁ ହାଜତରେ ନେଇ ମୋକଦ୍ଦମା ଚଳାଇଛନ୍ତି ।

ସୂଚନାଯୋଗ୍ୟ, ୫୩ ପାକିସ୍ତାନୀ ନାଗରିକଙ୍କୁ ସ୍ୱଦେଶ ଆସିବାର ଥିଲା । କିନ୍ତୁ ବୁଧବାର ୫୨ ନାଗରିକ ହିଁ ଦେଶରେ ପହଂଚିଲେ । ଜଣେ ବ୍ୟକ୍ତି ଆମେରିକୀୟ ବିମାନ ବନ୍ଦରରେ ଅସୁସ୍ଥ ହୋଇପଡିଥିଲେ । ସେଥିପାଇଁ ତାଙ୍କୁ ସ୍ୱଦେଶ ପଠାଇପାରିଲେନି । ପାକିସ୍ତାନୀ ନାଗରିକ ଯେତେବେଳେ ଇସଲାମାବାଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଓହ୍ଲାଇଲେ ସେତେବେଳେ, ଆମେରିକୀୟ ସୁରକ୍ଷା ଅଧିକାରୀ ତାଙ୍କ ସୁରକ୍ଷା କରୁଥିଲେ । ବିମାନରୁ ଓହ୍ଲାଇବା ପରେ ସେହି ନାଗରିକଙ୍କୁ ପାକିସ୍ତାନୀ ଅଧିକାରୀଙ୍କୁ ଦିଆଯାଇଥିଲା ।

ଖବର ଅନୁସାରେ, ଟ୍ରମ୍ପ ପ୍ରଶାସନ ଭିଜା ଅବଧି ଶେଷ ହେବା ପରେ ଆମେରିକାରେ ରହୁଥିବା ବିଦେଶୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏହି ୫୨ ପାକିସ୍ତାନୀ ବିଦେଶୀ ନାଗରିକ ଥିଲେ, ଯେଉଁମାନେ ନିର୍ଦ୍ଧାରିତ ଅବଧିରୁ ଅଧିକ ସମୟ ଧରି ରହୁଥିଲେ ।