କନକ ବ୍ୟୁରୋ: ରାଜଧାନୀରେ ପୁଣି ଏକାଠି ହୋଇଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ । ୩ ଦଫା ଦାବି ନେଇ ନିଜ ନିଜ ଅଞ୍ଚଳର ବିଧାୟକଙ୍କୁ ଦାବିପତ୍ର ଦେଇଛନ୍ତି ପ୍ରାଥମିକ ଶିକ୍ଷକ । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହିତ ୨୦୦୧ରୁ ନିଯୁକ୍ତ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ତଥା ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ମାନଙ୍କ ଠିକା କାର୍ଯ୍ୟକାଳକୁ ନେଇ ଇନକ୍ରିମେଣ୍ଟ ଏବଂ ସୁବିଧା ଦେବାକୁ ଦାବି କରିଛନ୍ତି । ମୂଳ ଦରମା ୩୫ ହଜାର ୪୦୦ ଟଙ୍କା ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି ।