କନକ ବ୍ୟୁରୋ : ତୁର୍କୀ ଓ ସିରିଆରେ ଘଟିଥିବା ପ୍ରଳୟଙ୍କାରୀ ଭୂମିକମ୍ପର ୧୧ ଦିନ ପରେ ବି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ୪୧ ହଜାରରୁ ଅଧିକ ମୃତ ଶରୀର ଉଦ୍ଧାର କରିସାରିଛି । ଏଥିମଧ୍ୟରୁ ତୁର୍କୀରେ ୩୫,୪୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସିରିୟାରେ ୫.୮୦୦ ମୃତ ଦେହ ଉଦ୍ଧାର କରାଯାଇଛି । ଉଭୟ ଦେଶରେ ଏବେ ବି ଉଦ୍ଧାରକାରୀଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Advertisment

ସେପଟେ ତୁର୍କୀ ଓ ସିରିଆରେ ଭୂମିକମ୍ପ ପୀଡିତଙ୍କୁ ସହାୟତା ଦେବାକୁ ସାରା ବିଶ୍ୱ ଆଗକୁ ଆସିଛି । ଏହାରି ମଧ୍ୟରେ ଜାତିସଂଘ ତରଫରୁ ସାରା ବିଶ୍ୱକୁ ୧ଅରବ ଡଲାର ସହାୟତା ଯୋଗାଇବାକୁ ଅପିଲ କରାଯାଇଛି । ଅନ୍ୟପଟେ ଅନେକ ଦେଶ ଏବେ ସିରିଆରେ ଉଦ୍ଧାରକାର୍ଯ୍ୟ ଅଧାରୁ ଛାଡି ନିଜ ନିଜ ଦେଶକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ଇସ୍ରାଏଲ, ଜର୍ମାନ, ଅଷ୍ଟ୍ରିଆ ଭଳି ଦେଶ ରହିଛନ୍ତି ।

ଅନ୍ୟପଟେ ଭୂକମ୍ପ ପରେ ସିରିଆ ଓ ତୁର୍କୀର ଆର୍ଥିକ ଅବସ୍ଥାରେ ସଂକଟକୁ ଆସିଯାଇଛି । ତୁର୍କୀରେ ପ୍ରଚଳିତ ମୁଦ୍ରା ଲୀରାର ଦାମ ଅନ୍ତରାଷ୍ଟ୍ରୀୟ ବଜାରରେ ଲଗାତର ଭାବେ ତଳକୁ ତଳକୁ ଖସିବାରେ ଲାଗିଛି । ଫଳରେ ଦେଶରେ ଖାଦ୍ୟ ସାମଗୀ ଠାରୁ ଆରମ୍ଭ କରି ପ୍ରତିଟି ଜିନିଷର ଦାମ ଅହେତୁକ ଭାବେ ବୃଦ୍ଧି ପାଇଛି ।