କାମୁକତାର ଚକ୍କରରେ କର୍ତ୍ତବ୍ୟ ଭୁଲିଲେ ଡାକ୍ତର : ୩୦ ବର୍ଷର ଡାକ୍ତରୀ କ୍ୟାରିୟରରେ ୩୪୯ ଶିଶୁଙ୍କୁ ଦୁଷ୍କର୍ମ କଲେ କାମାନ୍ଧ ଡାକ୍ତର ।

କାମୁକତାର ଚକ୍କରରେ କର୍ତ୍ତବ୍ୟ ଭୁଲିଲେ ଡାକ୍ତର : ୩୦ ବର୍ଷର ଡାକ୍ତରୀ କ୍ୟାରିୟରରେ ୩୪୯ ଶିଶୁଙ୍କୁ ଦୁଷ୍କର୍ମ କଲେ କାମାନ୍ଧ ଡାକ୍ତର ।

ଫ୍ରାନ୍ସର ଜଣେ ଡାକ୍ତର ୩୪୯ ଜଣ ପିଲାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ହୋଇଛନ୍ତି ଗିରଫ। ଏହି ୬୮ ବର୍ଷୀୟ ଡାକ୍ତର ଜଣକ ଶିଶୁମାନଙ୍କ ସହିତ ଦୁଷ୍କର୍ମ ଓ ଯୌନ ଶୋଷଣ କରୁଥିଲେ। ତଦନ୍ତ ପରେ ଡାକ୍ତର ଜଣକ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ଗତ ଶୁକ୍ରବାର ଫ୍ରାନ୍ସର ବ୍ରିଟନି ସହରରେ ଚିଫ୍ ପ୍ରସିକ୍ୟୁଟର ଲାରେଲିନ୍ ପିରୋଫିଟ୍ କହିଛନ୍ତି ଯେ, ଡାକ୍ତରଙ୍କ ଦ୍ବାରା ଦୁଷ୍କର୍ମ ଓ ଯୌନ ହିଂସାର ଶିକାର ହୋଇଥିବା ପିଲାଙ୍କ ସଂଖ୍ୟା ୩୪୯ ହୋଇପାରେ। ୬୮ ବର୍ଷର ରିଟାୟର୍ଡ ଡାକ୍ତର ଜେଏଲ ଲି ସ୍କର୍ନିକଙ୍କ ଅଭିଯୋଗ ଅନୁସାରେ ସେ ୩୦ ବର୍ଷର କ୍ୟାରିୟରରେ ଏହି ଅପରାଧ ସବୁ କରିଛନ୍ତି। ଜେଏଲ ପେଟର ସର୍ଜରୀ ସ୍ପେଶାଲିଷ୍ଟ ଥିଲେ। publive-image

୪ ଜଣ ପିଲାଙ୍କ ମାମଲାରେ ଡାକ୍ତରଙ୍କ ବିରୋଧରେ ଆଗାମୀ ବର୍ଷ ମାର୍ଚ୍ଚରେ କୋର୍ଟରେ ଟ୍ରାଏଲ ଚାଲିବ। ଜେଏଲ ଏକ ଡାଏରୀ ରଖିଥିଲେ, ଯେଉଁ ପିଲାମାନଙ୍କୁ ସେ ଦୁଷ୍କର୍ମ କରିଥିଲେ ସେଥିରେ ସେ ତାଙ୍କର ନାଁ ଲେଖିକି ରଖିଥିଲେ। ପୋଲିସକୁ ଡାଏରୀରୁ ପିଲାଙ୍କର ସବୁ ନାଁ ମଧ୍ୟ ମିଳିଛି। ଡାଏରୀ ଯୋଗୁଁ ପୋଲିସ ପିଲାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିବା ସହଜ ହୋଇଥିଲା। ତେବେ ଡାକ୍ତରଙ୍କ ପକ୍ଷରୁ ଥିବା ଓକିଲ ଏସବୁ ମିଛ ବୋଲି କହିଛନ୍ତି। ଏହାକୁ ଫ୍ରାନ୍ସର ପିଲାଙ୍କ ବିରୋଧରେ ଯୌନ ହିଂସାର ସବୁଠାରୁ ବଡ ଘଟଣା ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe