କନକ ବ୍ୟୁରୋ : ଆଜିଠୁ ଖୋଲିଛି ଭୁବନେଶ୍ୱରର ୟୁନିଟ ୧ ହାଟ । ବିଏମସି ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ୧ ନମ୍ବର ହାଟ ଖୋଲିଛି ବ୍ୟବସାୟୀ ସଂଘ । ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ-୧ର ବ୍ୟବସାୟୀ ସଂଘ । ଫଳରେ ଗୁରୁବାରଠୁ ମଙ୍ଗଳବାର ଯାଏଁ ୬ ଦିନ ହାଟ ସଂପୂର୍ଣ୍ଣ ବନ୍ଦ ରହିଥିଲା । ଫଳରେ ୟୁନି-୧ ହାଟ ଉପରେ ନିର୍ଭର କରୁଥିବା ଭୁବନେଶ୍ୱରବାସୀ ହଇରାଣ ହୋଇଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ବିଏମସି ଟିମ ହାଟ ପରିଦର୍ଶନ କରିବା ପରେ ଦାବିଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିବା ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି । ପୂର୍ବଭଳି ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା କରିବାକୁ ଅନୁମତି ମିିଳିଛି । ୟୁନିଟ ୨ରେ ହୋଇଥିବା ମଲ୍ଟି ପାର୍କିଂ ବ୍ୟବସ୍ଥା ଗ୍ରାହକଙ୍କ କାମରେ ଆସୁନି । ବିକଳ୍ପ ପାର୍କିଂ ବ୍ୟବସ୍ଥା ପାଇଁ ଦାବି କରିଛି ସଂଘ । ସମସ୍ୟାର ସମାଧାନ ନହେଲେ ଏକ ମାସ ପରେ ନୂଆ ନୂଆ ନିଷ୍ପତ୍ତି ନେବ ବୋଲି ସଂଘ କହିଛି । ତେବେ ଗତ ୬ଦିନ ଭିତରେ ୩୫କୋଟିରୁ ଅଧିକ କ୍ଷତି ହୋଇଥିବା ସଂଘ ସଭାପତି କହିଛନ୍ତି ।