ଭୁବନେଶ୍ୱରରେ ନିଆରା ଗଣେଶ ମୂର୍ତିକୁ ନେଇ ଚର୍ଚ୍ଚା : ସେଲଫି ମୁଡରେ ଗଜାନନ

ଭୁବନେଶ୍ୱରରେ ନିଆରା ଗଣେଶ ମୂର୍ତିକୁ ନେଇ ଚର୍ଚ୍ଚା : ସେଲଫି ମୁଡରେ ଗଜାନନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ୟୁନିଟ-୮ରେ ଏକ ଅସ୍ଥାୟୀ ମଣ୍ଡପରେ ଆୟୋଜିତ ହୋଇଛି ଗଣେଶ ପୂଜା । ଏଠାରେ ଛତିଶଗଡ ଏବଂ ଓଡିଶା ମଧ୍ୟରେ ମହାନଦୀକୁ ନେଇ ଦେଖାଦେଇଥିବା ବିବାଦକୁ ଥିମ ଭାବରେ ନେଇଛନ୍ତି ଆୟୋଜକ । ବାହାନ ମୁଷା ବଦଳରେ ମାଛ ପିଠିରେ ବସିଛନ୍ତି ମହାପ୍ରଭୁ ଶ୍ରୀଗଣେଶ । ଆଉ ଏଠାରେ ସେଲ୍ଫି ଉଠାଇବା ମୁଦ୍ରାରେ ଗଣେଶଙ୍କୁ ଉପସ୍ଥାପନ କରାଯାଇଛି । କେବଳ ମୂର୍ତିରେ ନୁହେଁ ଏ ପୂଜା ମଣ୍ଡପରେ ତୋରଣକୁ ମଧ୍ୟ ଭିନ୍ନ ଢଙ୍ଗରେ ସଜ୍ଜାଯାଇଛି।

ତୋରଣରେ ମହାନଦୀର ଉପରମୁଣ୍ଡରେ ଛତିଶଗଡ କରୁଥିବା କେଲୋ ପ୍ରକଳ୍ପ ଓ ଅର୍ପାଭାଇସଜର ପ୍ରକଳ୍ପକୁ ଦର୍ଶାଇଛନ୍ତି । ଏହସହ ଏକ ପୋଷ୍ଟର ମାଧ୍ୟମରେ କାଷ୍ଟିଂ କାଉଚ ମାମଲାରେ ଓଲିଉଡ କମେଡି କିଙ୍ଗ ପପୁ ପମପମ ଜେଲରେ ଥିବା ସମୟର ଦୃଶ୍ୟକୁ ଚିତ୍ରିତ କରାଯାଇଛି । ତୋରଣରେ ରିଓ ଅଲିମ୍ପିକ୍ସରେ ଓଡିଆ ଝିଅଙ୍କ କମାଲକୁ ବି ସ୍ଥାନ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe