ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ୟୁନିଟ-୮ରେ ଏକ ଅସ୍ଥାୟୀ ମଣ୍ଡପରେ ଆୟୋଜିତ ହୋଇଛି ଗଣେଶ ପୂଜା । ଏଠାରେ ଛତିଶଗଡ ଏବଂ ଓଡିଶା ମଧ୍ୟରେ ମହାନଦୀକୁ ନେଇ ଦେଖାଦେଇଥିବା ବିବାଦକୁ ଥିମ ଭାବରେ ନେଇଛନ୍ତି ଆୟୋଜକ । ବାହାନ ମୁଷା ବଦଳରେ ମାଛ ପିଠିରେ ବସିଛନ୍ତି ମହାପ୍ରଭୁ ଶ୍ରୀଗଣେଶ । ଆଉ ଏଠାରେ ସେଲ୍ଫି ଉଠାଇବା ମୁଦ୍ରାରେ ଗଣେଶଙ୍କୁ ଉପସ୍ଥାପନ କରାଯାଇଛି । କେବଳ ମୂର୍ତିରେ ନୁହେଁ ଏ ପୂଜା ମଣ୍ଡପରେ ତୋରଣକୁ ମଧ୍ୟ ଭିନ୍ନ ଢଙ୍ଗରେ ସଜ୍ଜାଯାଇଛି।
ତୋରଣରେ ମହାନଦୀର ଉପରମୁଣ୍ଡରେ ଛତିଶଗଡ କରୁଥିବା କେଲୋ ପ୍ରକଳ୍ପ ଓ ଅର୍ପାଭାଇସଜର ପ୍ରକଳ୍ପକୁ ଦର୍ଶାଇଛନ୍ତି । ଏହସହ ଏକ ପୋଷ୍ଟର ମାଧ୍ୟମରେ କାଷ୍ଟିଂ କାଉଚ ମାମଲାରେ ଓଲିଉଡ କମେଡି କିଙ୍ଗ ପପୁ ପମପମ ଜେଲରେ ଥିବା ସମୟର ଦୃଶ୍ୟକୁ ଚିତ୍ରିତ କରାଯାଇଛି । ତୋରଣରେ ରିଓ ଅଲିମ୍ପିକ୍ସରେ ଓଡିଆ ଝିଅଙ୍କ କମାଲକୁ ବି ସ୍ଥାନ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/Screen-Shot-2016-09-05-at-11.42.12-AM.png)