ସଟଡାଉନ ପରେ ଭୁବନେଶ୍ୱର ୧ ନମ୍ବର ହାଟରେ ଭିଡ : ପରିବା ପାଇଁ ହାଟରେ ଜମିଛି ଗହଳି

ସଂକ୍ରମଣ ଭୟକୁ ଖାତିର ନକରି ଲୋକେ ଭୁଲି ଗଲେ ସାମାଜିକ ଦୂରତା

177

କନକ ବ୍ୟୁରୋ : ବଢ଼ୁଥିବା ସଂକ୍ରମଣର ଚେନ ଭାଙ୍ଗିବାକୁ ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ ଘୋଷଣା କରିଛନ୍ତି ସରକାର । ଏହାରି ଭିତରେ ସପ୍ତାହାନ୍ତ ୨ ଦିନ ସଟ ଡାଉନ ରହିଛି । ତାଲା ବନ୍ଦ ସମୟରେ ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ପରିବା ମାର୍କେଟ ଖୋଲା ରହୁଛି । ଆଉ ଗତକାଲିର ସଟଡାଉନ ପରେ ପରେ ୧ ନମ୍ବର ହାଟର ଏ ହେଉଛି ଚିତ୍ର । ଲୋକଙ୍କ ଖଚା ଖଚ ଭିଡ଼ ଜମିଛି ପରିବା ହାଟରେ । ସଂକ୍ରମଣ ଭୟକୁ ଖାତିର ନକରି ଘରକୁ ପରିବା କିଣି ନେବା ପାଇଁ ହାଟରେ ଗହଳି ଜମିଛି । ରାଜ୍ୟରେ ତାଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଠି କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏତେ ଗହଳି ଜମିଛି ଯେ ସାମାଜିକ ଦୂରତାରେ ରହି ପରିବା କିଣିବା ନିୟମକୁ ମଧ୍ୟ ଲୋକେ ଭୁଲି ଯାଇଛନ୍ତି ।