କାଲିଠୁ ଖୋଲିବ ୟୁନିଟ୍-୧ ହାଟ । ବିଏମସି ସହ ଆଲୋଚନା ପରେ ବ୍ୟବସାୟୀ ସଂଘର ନିଷ୍ପତ୍ତି । 

Advertisment
କାଲିଠୁ ଖୋଲିବ ୟୁନିଟ୍-୧ ହାଟ । ବିଏମସି ସହ ଆଲୋଚନା ପରେ ବ୍ୟବସାୟୀ ସଂଘର ନିଷ୍ପତ୍ତି । 

କନକ ବ୍ୟୁରୋ: ଆସନ୍ତାକାଲିଠୁ ଖୋଲିବ ୟୁନିଟ ୧ ହାଟ। ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ ୧ ହାଟ ବ୍ୟବସାୟୀ ସଂଘ। ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଆଜି ବିଏମସି ଟିମ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ଗୁଡିକ ପୁରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି ସଂଘ ସଭାପତି। ସେହିପରି ମୁଖ୍ୟ ପାର୍କିଂ ସମସ୍ୟାକୁ ସମାଧାନ କରିବାକୁ ୨ ରୁ ୪ ଦିନ ସମୟ ନେବା ସହ ସମାଧାନ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe