ବ୍ରହ୍ମପୁର ସହରର ନିଆରା ପାଠାଗାର । ୫ ହଜାରରୁ ଅଧିକ ବହି ସଂଗ୍ରହ କରି ଉକ୍ରଳ ଗୋଷ୍ଠୀ ପାଠାଗାର କରିଛନ୍ତି ଅଧ୍ୟାପକ ବିଶ୍ୱଜିତ୍ ମିଶ୍ର

ବ୍ରହ୍ମପୁର ସହରର ନିଆରା ପାଠାଗାର । ୫ ହଜାରରୁ ଅଧିକ ବହି ସଂଗ୍ରହ କରି ଉକ୍ରଳ ଗୋଷ୍ଠୀ ପାଠାଗାର କରିଛନ୍ତି ଅଧ୍ୟାପକ ବିଶ୍ୱଜିତ୍ ମିଶ୍ର

କନକ ବ୍ୟୁରୋ : ଆଜିର ଡିଜିଟାଲ ଯୁଗରେ ବହିର ଆଦର କମିନଥିଲେ ହେଁ ମୋବାଇଲ ଓ ଇଂଟରନେଟ୍କୁ ଲୋକେ ପ୍ରାଧାନ୍ୟ ଦେଉଛନ୍ତି । ତଥାପି ଜ୍ଞାନ ଆହରଣର ପ୍ରମୁଖ ମାଧ୍ୟମ ବହି । ପୁସ୍ତକ ପ୍ରେମୀଙ୍କ ପାଇଁ ବ୍ରହ୍ମପୁର ଗଜପତି ନଗର ମୁଖ୍ୟରାସ୍ତାରେ ଗଢିଉଠିଛି ଭିନ୍ନ ଏକ ପାଠାଗାର । ଉକ୍ରଳ ଗୋଷ୍ଠୀ ପାଠାଗାରରେ ଛୋଟ ପିଲାଙ୍କ ଗପ ବହି, ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ପୁସ୍ତକ ସହ ବୟସ୍କଙ୍କ ମନପସନ୍ଦର ଶହ ଶହ ବହି ରହିଛି । ୪ଶହ ବହିରୁ ଆରମ୍ଭ ହୋଇଥିବା ପାଠାଗାରରେ ଏବେ ୫ହଜାରରୁ ଅଧିକ ବହି ରହିଛି । ପ୍ରତିଦିନ ଏଠାରେ ପାଠକଙ୍କ ଭିଡ ଲାଗୁଛି ।

ଏକ ସୁସ୍ଥ ପରିବେଶରେ ଉକ୍ରଳ କମ୍ୟୁନିଟି ଲାଇବ୍ରେରୀକୁ ପ୍ରତିଷ୍ଠା କରିଛନ୍ତିି ବ୍ରହ୍ମପୁରର ବିଶ୍ୱଜିତ ମିଶ୍ର । ବିଶ୍ୱଜିତ ପେଶାରେ ଜଣେ ଅଧ୍ୟାପକ, ହେଲେ ବହି ପଢିବା ଓ ସଂଗ୍ରହ କରିବା ତାଙ୍କ ନିଶା । ଆଗାମୀ ଦିନରେ ସହରର ଜନଗହଳି ପୂର୍ଣ ସ୍ଥାନରେ ପପ୍ ଅପ୍ ଲାଇବ୍ରେରୀ କରିବା ସହ ବିଭିନ୍ନ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଶିକ୍ଷାଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ପାଠାଗାରର ପ୍ରତିଷ୍ଠାତା ।
ପୁସ୍ତକକୁ ଭଲପାଆନ୍ତି ବୋଲି ପୁସ୍ତକ ପ୍ରେମୀଙ୍କ ପାଇଁ ନିଜସ୍ୱ ଉଦ୍ୟମରେ ପାଠାଗାରଟି ଗଢି ଏକ ଉଦାହରଣ ପାଲଟିଛନ୍ତି ।...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe