ଅଜବ ଗାଁ: ଏଠି ମୁଖିଆ ଖାଉଛନ୍ତି ଭାରତରେ, ଶୋଉଛନ୍ତି ମିଆଁମାରରେ । ଜାଣନ୍ତୁ କେଉଁଠି ରହିଛି ଏହି ଗାଁ?

ଅଜବ ଗାଁ: ଏଠି ମୁଖିଆ ଖାଉଛନ୍ତି ଭାରତରେ, ଶୋଉଛନ୍ତି ମିଆଁମାରରେ । ଜାଣନ୍ତୁ କେଉଁଠି ରହିଛି ଏହି ଗାଁ?

କନକ ବ୍ୟୁରୋ: ଭାରତରେ ଆଜି ବି ଏମିତି କିଛି ସ୍ଥାନ ରହିଛି ଯାହାର ଇତିହାସ ଆଜି ଖୁବ ରୋଚକ । ଆଉ ଏବେ ବି ସେମିତି ଘଟଣାକୁ ନେଇ ଜୀବନ ବିତାଉଛନ୍ତି ସେହି ଗାଁ ଲୋକ । ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ ଯାହାର ଭୌଗଳିକ ସ୍ଥିତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବ । ହଁ ଆଜ୍ଞା ଏହି ଗାଁର ମୁଖିଆ ଖାଇଥାନ୍ତି ଭାରତରେ, ଆଉ ଶୋଇଥାନ୍ତି ମିଆଁମାରରେ । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ଏହି ଗାଁର ଅବସ୍ଥିତି ଦୁଇ ଦେଶରେ ରହିଛି । ତେବେ ଆସନ୍ତୁ ଜାଣିବା ଭାରତର ଏମିତି ଏକ ଗାଁ ବିଷୟରେ ।

ଏହି ଅଜବ ଗାଁର ନାଁ ହେଉଛି ଲୋଙ୍ଗୱା । ଏହି ଗାଁ ନାଗାଲାଣ୍ଡର ମୋନ ଜିଲ୍ଲାର ଘନ ଜଙ୍ଗଲ ମଧ୍ୟରେ ମିଆଁମାର ସୀମାରେ ଅବସ୍ଥିତ । ଯାହାର ଅଧା ଅଂଶ ଭାରତରେ ଥିବା ବେଳେ ଆଉ ଅଧା ଅଂଶ ମିଆଁମାରରେ ରହିଛି । ତେବେ ଏହି ଗାଁରେ ଏକ ଅଜବ ପରମ୍ପରା ରହିଛି । ଏଠାରେ ରହିଥିବା ଲୋକମାନେ ଶତ୍ରୁଙ୍କ ମୁଣ୍ଡ କାଟିଥାନ୍ତି । ଯାହାକୁ ୧୯୪୦ ମସିହାରେ ପ୍ରତିବନ୍ଧକ ଲଗାଯାଇଥିଲା ।

ଏହାକୁ ନାଗାଲାଣ୍ଡ ସୀମାର ଶେଷ ଗାଁ ବୋଲି କୁହାଯାଏ । ଏଠାରେ କୋଁୟାକ ପ୍ରଜାତିର ଆଦିବାସୀ ବାସ କରନ୍ତି । ନିଜ ସମ୍ପ୍ରଦାୟର ସତ୍ତା ବଜାୟ ରଖିବା ସହ ଓ ନିଜ ଜମି ପାଇଁ ଅଧିକାଂଶ ସମୟ ପଡୋଶୀ ଗାଁ ସହିତ ଲଢେଇ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏମାତ୍ନେିଜ ଶତ୍ରୁ ମାନଙ୍କ ମୁଣ୍ଡ କାଟି ଦେଉଥିବାରୁ ସେମାନଙ୍କୁ ହେଡ ହଣ୍ଟର ବୋଲି ମଧ୍ୟ କୁହାଯାଏ ।

ଏହି ଆଦିବାସୀମାନେ ନିଜ ଘର ପାହାଡ ଉପରେ ହିଁ କରିଥାନ୍ତି । କାରଣ ସେମାନେ ସବୁବେଳେ ଶତ୍ରୁମାନଙ୍କ ଉପରେ ନଜର ରଖିଥାନ୍ତି । ହେଲେ ୧୯୪୦ ମସିହାରେ ହେଡ ହଣ୍ଟରଙ୍କ ଉପରେ ପ୍ରବନ୍ଧକ ଲଗାଯାଇଥିଲା । କୁହାଯାଏ ୧୯୬୯ ମସିହା ପରଠୁ ଏଠାରେ ହେଡ ହଣ୍ଟିଙ୍ଗର କୌଣସି ଘଟଣା ସମ୍ନାକୁ ଆସିନାହିଁ ।

ଏହି ଗାଁକୁ ଦୁଇ ଭାଗରେ ନ ବାଣ୍ଟିବାକୁ ଗାଁ ମଝିରେ ଅଧିକାରୀମାନେ ସୀମା ରେଖା ତିଆରି କରିଥିଲେ । ହେଲେ କୋଁୟକା ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା । ବର୍ଡରର ଗୋଟିଏ ପଟେ ମିଆଁମାର ଭାଷାରେ ଲେଖାଥିବା ବେଳେ ଆଉ ଗୋଟିଏ ପଟେ ହିନ୍ଦୀ ଭାଷାରେ ଲେଖାଅଛି ।

କୋଁୟକା ଆଦିବାସୀରେ ମୁଖିଆ ପ୍ରଥା ଚାଲିଆସୁଛି । ଏଠାକାର ମୁଖିଆ ଅନେକ ଗାଁର ମୁଖ୍ୟ ରହିଥାନ୍ତି । ନିୟମ ରହିଛି ସେମାନେ ୧ରୁ ଅଧିିକ ବିବାହ କରିପାରିବେ । ଗାଁ ମୁଖିଆଙ୍କ ଘର ଦେଇ ବର୍ଡର ଯାଇଥିବାରୁ ଏଠାକାର ମୁଖିଆ ଭାରତରେ ଖାଇଥାନ୍ତି ଓ ମିଆଁମାରରେ ଶୋଇତାନ୍ତି ବୋଲି କୁହାଯାଏ । ଏହି ଗାଁର ଲୋକଙ୍କୁ ଭାରତ ଓ ମିଆଁମାର ଉଭୟ ଦେଶର ନାଗରିକତା ମିଳିଛି । ସେମାନେ ବିନା ପାସପୋର୍ଟରେ ଉଭୟ ଦେଶରେ ଯାତ୍ରା କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe