ସହିଦଙ୍କୁ ଅଭିନବ ଉପାୟରେ ଶ୍ରଦ୍ଧାଂଜଳି ଦେଲେ ବିକାନିର ଯୁବକ : ଶରୀରରେ ଟାଟୁରେ ଲେଖିଲେ ସହିଦ ଯବାନଙ୍କ ନାଁ

92

ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଯବାନଙ୍କ ଉପରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ପ୍ରେମ ଅଛି । କିନ୍ତୁ ସହିଦଙ୍କ ବଳିଦାନକୁ ଏକ ଅଭିନବ ଶୈଳୀରେ ସଲାମ କରିବାର ଅଭିନବ କାମ କରିଛନ୍ତି ଜଣେ ବ୍ୟକ୍ତି, ଯାହାଙ୍କ ନାମ ଗୋପାଳ ସହାରନ୍ । ଗୋପାଳ ଯୁବକଙ୍କ ମଧ୍ୟରେ ଦେଖିବାକୁ ମିଳୁଥିବା ଟାଟୁର ଅର୍ଥକୁ ବଦଳାଇ ଦେଇଛନ୍ତି । ଯେଉଁଠି ଯୁବକଙ୍କ ପାଇଁ ଫ୍ୟାଶନ ସାଜିଥିବା ଟାଟୁକୁ ଏକ ନୂଆ ଯଥାର୍ଥ ଦେଇଛନ୍ତି । ଗୋପାଳ ନିଜ ପୁରା ଶରୀରରେ ପୁଲୱାମାରେ ସହିଦ୍ ହୋଇଥିବା ଯବାନଙ୍କ ନାମ ଟାଟୁ କରିଛନ୍ତି ।

ଶରୀରର ପ୍ରତ୍ୟେକ ଭାଗ ସହିଦଙ୍କ ନାମରେ ଆଚ୍ଛାଦିତ । ବଳିଦାନକୁ ସଲାମ କରିବାର ଅଭିନବ ଉପାୟ । ବିକାନିରର ଗୋପାଳ ସହାରନ୍ ନିଜ ଶରୀରକୁ ସହିଦଙ୍କ ନାଁରେ କରିଦେଇଛନ୍ତି । ଯେଉଁ ସହିଦ ନିଜକୁ ଦେଶ ନାଁରେ କରିଦେଇଛନ୍ତି, ତାଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ଗୋପାଳ କିଛି ଏମିତି କରିଛନ୍ତି, ଯାହାଙ୍କ କଳ୍ପନା କରିବା ବି ମୁସ୍କିଲ । ଗୋପାଳ ନିଜ ଶରୀରର ପଛ ପଟେ ପୁଲୱାମାରେ ସହିଦ ହୋଇଥିବା ସମସ୍ତ ବୀର ଯବାନଙ୍କ ନାମ ଖୋଦିତ କରିଛନ୍ତି । ଯାହାକି ଜାତୀୟ ପ୍ରେମର ଅଦ୍ଭୁତ ଉଦାହରଣ । ଏହାପରେ ଗୋପାଳଙ୍କୁ ଲୋକମାନେ ଚଳନ୍ତା ଯୁଦ୍ଧ ସ୍ମାରକର ନାଁ ଦେଉଛନ୍ତି । ସେନାଙ୍କ ସାହସରେ ଅନୁପ୍ରାଣିତ ଗୋପାଳ ନିଜ ଶରୀରରେ ସହିଦଙ୍କ ନାଁ ଲେଖିଛନ୍ତି ।