କନକ ବ୍ୟୁରୋ: ଟ୍ରାଫିକ ପୁଲିସମାନେ ଲୋକଙ୍କୁ କରୁଛନ୍ତି ଅଭିନବ ଉପାୟରେ ସଚେତନ । ନମ୍ବର ପ୍ଲେଟକୁ ଯେଉଁମାନେ ନିୟମ ଅନୁଯାୟୀ ଲଗାଉ ନାହାନ୍ତି ସେମାନଙ୍କ ଗାଡିରୁ ନମ୍ବର ପ୍ଲେଟ୍ ଖୋଲି ଦେଉଛି ପୁଲିସ । କେବଳ ଏତିକି ନୁହେଁ ବିନା ଫାଇନରେ ଲୋକଙ୍କୁ ଛାଡ଼ି ଦେଉଛି । ପୁର୍ବରୁ ଟ୍ରାଫିକ୍ ନୟମ ମାନୁନଥିବା ବ୍ୟକ୍ତିଙ୍କୁ ଟ୍ରାଫିକ ପାର୍କ ବୁଲାଇ ଚର୍ଚ୍ଚାରେ ଆସିଥିଲା ସମ୍ବଲପୁର ପୁଲିସ୍ ।
ପୁଣି ଚର୍ଚ୍ଚାରେ ସମ୍ବଲପୁର ପୁଲିସ । ଟ୍ରିପଲ ରାଇଡ଼ିଂ ଓ ହେଲମେଟ ଚେକିଂ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କୁ ଟ୍ରାଫିକ ପାର୍କ ବୁଲାଇ ଚର୍ଚ୍ଚାରେ ଥିବା ସମ୍ବଲପୁର ପୁଲିସ ଆଉ ଗୋଟିଏ ନୂଆ ଫଣ୍ଡା ଆପଣେଇଛି । ଟ୍ରାଫିକ୍ ନିୟମ ବାବଦରେ ଲୋକଙ୍କୁ ସଚେତନ କରାଇବା ପାଇଁ ସବ ୁଦିନ ସଂଧ୍ୟାରେ ସମ୍ବଲପୁର ସହରର ବିଭିନ୍ନ ଛକରେ ପହଂଚି ଯାଉଛନ୍ତି ଟ୍ରାଫିକ ପୁଲିସର ଟିମ୍ । ଆରଟିଓଙ୍କ ନିୟମ ଅନୁଯାୟୀ, ନମ୍ବର ପ୍ଲେଟ ଲଗାଉନଥିବା ବ୍ୟକ୍ତିଙ୍କୁ ଧରି ସେମାନଙ୍କ ଗାଡିରୁ ନମ୍ବର ପ୍ଲେଟ୍ ଖୋଲି ଦେଉଛନ୍ତି । ନମ୍ବର ପ୍ଲେଟ ଖୋଲିବା ପରେ ନମ୍ବର ପ୍ଲେଟ କିପରି ଲେଖାଯିବା ଆବଶ୍ୟକ ବୁଝାଇବା ସହ ଫାଇନ୍ ନନେଇ ଛାଡି ଦେଉଛନ୍ତି ପୁଲିସ ।
କିଛି ଦିନ ହେବ ଲୋକଙ୍କୁ ସଚେତନ କରିବା ପାଇଁ ସମ୍ବଲପୁର ପୁଲିସ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି । ଦୁର୍ଘଟଣା ଘଟାଇ ଗାଡ଼ି ଗୁଡ଼ିକ ଦ୍ରୁତ ଗତିରେ ଚାଲି ଯାଇଥାନ୍ତି । ନମ୍ବର ଠିକ ଭାବରେ ଲେଖା ଯାଇନଥିଲେ ତାକୁ କେହି ପଢ଼ି ପାରନ୍ତି ନାହିଁ । ତେଣୁ ଏଭଳି ପଦକ୍ଷେପ ନେଇଛି ପୁଲିସ । ତେବେ ପୁଲିସର ଏଭଳି କାର୍ଯ୍ୟକୁ ସାଧାରଣ ଲୋକେ ସ୍ୱାଗତ କରିଛନ୍ତି । ତେବେ ପୁଲିସର ଏହି ନିଆରା ଉଦ୍ୟମ ଲୋକଙ୍କୁ କେତେ ସଚେତନ କରାଉଛି ତାହା ଆଗାମୀ ସମୟରେ ହିଁ ଜଣାପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/SAMBALPUR.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-28-17h19m49s549-300x169.png)
/kanak/media/post_attachments/wp-content/uploads/2019/05/vlcsnap-2019-05-28-17h19m55s793-300x169.png)