ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ‘ମୋହଲ୍ଲା କ୍ଲାସ’ : ନେଟୱାର୍କ ନଥିବା ଅପହଂଚ ଅଂଚଳରେ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବେ ଶିକ୍ଷକ

Advertisment
କରୋନା କାଳରେ ବାଟ ଦେଖାଇଲା ଛତିଶଗଡ଼ । ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହୋଇପାରେ ମୋହଲ୍ଲା କ୍ଲାସ।

କନକ ବ୍ୟୁରୋ : ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ‘ମୋହଲ୍ଲା କ୍ଲାସ’ । ଛତିଶଗଡ଼ ଢାଂଚାରେ ଶିକ୍ଷାଦାନ ନେଇ ଗଣଶିକ୍ଷା ବିଭାଗ ବିଶ୍ୱସ୍ତ ସୁତ୍ରରୁ ସୁଚନା ମିଳିଛି । ଖୁବଶୀଘ୍ର ଏନେଇ ଘୋଷଣା ହୋଇପାରେ । ନେଟୱାର୍କ ନଥିବା ସ୍ଥାନରେ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବେ ଶିକ୍ଷକ । ଅନଲାଇନ୍ କ୍ଲାସରେ ସମସ୍ୟା ଉପୁଜିଥିବା ପିଲାଙ୍କ ପାଖରେ ପହଂଚି ଶିକ୍ଷାଦାନ କରିବେ ଶିକ୍ଷକ ।

କରୋନା ମହାମାରୀ ପାଇଁ ରାଜ୍ୟର ସରକାରୀ ସ୍କୁଲ ଗୁଡିକରେ ଶିକ୍ଷାଦାନ ବ୍ୟବସ୍ଥାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଭର୍ଚୁଆଲ ମାଧ୍ୟମରେ ଯେଉଁ ପାଠପଢା ହେଉଛି ତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । କେତେକ ଛାତ୍ରଛାତ୍ରୀମାନେ ମୋବାଇଲ ନେଟୱାର୍କ ନଥିବାରୁ ଗଛ ଉପରେ, ପାଣିଟାଙ୍କି ଉପରେ ପଢୁଥିବା ଚିତ୍ର ସାମନାକୁ ଆସୁଛି । ଏହା ସହିତ ଯେଉଁଶିକ୍ଷା ଦାନ ହେଉଛି ତାହାପୁଣି ସବୁ ପିଲାଙ୍କ ନିକଟରେ ସ୍ମାର୍ଟଫୋନ୍ ନଥିବାରୁ ପହଞ୍ଚି ପାରୁନାହିଁ । ତେବେ, ମୋହଲ୍ଲା କ୍ଲାସ ହେଲେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ସାମାନ୍ୟ ସୁଧାର ଆସିପାରିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe