ଗୁଜରାଟର ନିଆରା ବିବାହ ଉତ୍ସବ : ଥିଲା ବର, ବାଜା ଓ ରୋସଣୀ ନଥିଲା କନିଆଁ

293

ଗୁଜରାଟର ନିଆରା ବିବାହ ଉତ୍ସବ । ବର, ବାଜା ଓ ରୋସଣୀ ଥିଲା କିନ୍ତୁ ନଥିଲା କନିଆଁ । ଗୁଜରାଟର ସାବରକଂଠା ଅଂଚଳରେ ଏପରି ଏକ ବିବାହ ଉତ୍ସବ ଦେଖିବାକୁ ମିଳିଛି । ଲର୍ଣ୍ଣିଂ ଡିସଆବିଲିଟିଜ ଗ୍ରସ୍ତ ଅଜୟଙ୍କ ଇଚ୍ଛା ପୂରଣ କରିବା ପାଇଁ ପରିବାର ଲୋକେ ଏହି ଉତ୍ସବର ଆୟୋଜନ କରିଥିଲେ । ଗୁଜରାଟି ପରମ୍ପରା ଅନୁସାରେ ସବୁ ଆୟୋଜନ ହୋଇଥିଲା କେବଳ କନିଆଁ ନଥିଲା । ୨୭ବର୍ଷୀୟ ଅଜୟଙ୍କ ଇଚ୍ଛା ଥିଲା ଅନ୍ୟମାନଙ୍କ ପରି ବିବାହ କରିବାକୁ । ଏବଂ ଦିବ୍ୟାଙ୍ଗ ପୁଅ ଅଜୟ ଏହି ଇଚ୍ଛାକୁ ପୁରା କରିବାକୁ ସମସ୍ତୁ ପ୍ରସ୍ତୁତି କରିଥିଲେ ପରିବାର ଲୋକେ । ଏଥିପାଇଁ ଗୁରୁବାର ଦିନ ଗରୱା ନାଚର ଆୟୋଜନ ହୋଇଥିଲା । ଏବଂ ଅଜୟଙ୍କ ପାଇଁ ହଲଦି ଲଗାଇବା ରୀତିନୀତି ଅନୁସାରେ ହୋଇଥିଲା ।

ଏହାପରେ ଶୁକ୍ରବାର ଦିନ ବର ବେଶରେ ସଜେଇ ହୋଇ ଅଜୟ ଘୋଡା ପିଠିରେ ଚଢି ବରଯାତ୍ରୀ ବାହାରିଥିଲେ । ଏଥିରେ ପ୍ରାୟ ୨ଶହ ଲୋକ ସାମିଲ ହୋଇଥିଲେ । ଏହାପରେ ଅଜୟଙ୍କ ଘରେ ପ୍ରାୟ ୮ଶହ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା । ନିକଟରେ ଅଜୟଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ ବିବାହ ହୋଇଥିଲା । ଯାହା ଦେଖିବା ପରେ ଅଜୟ ମଧ୍ୟ ବିବାହ କରିବାକୁ ଜିଦ୍ କରିଥିଲେ । ତେବେ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଏହି ନିଆରା ବିବାହ ଉତ୍ସବର ଆୟୋଜନ କରାଯାଇଥିଲା ।