ଲୋକମାନେ ଜୀବନରେ ଥରେ ବିବାହ କରୁଥିବା ବେଳେ ଏବେ ଏହି ଦିନଟିକୁ କିପରି ସବୁଠାରୁ ଅଲଗା ଓ ସ୍ମରଣୀୟ କରାଯିବ ସେ ନେଇ ସବୁ ଦମ୍ପତି ଚେଷ୍ଟା କରିଛନ୍ତି । ପୂର୍ବରୁ ଏମିତି ଅନେକ ବିବାହ ବିଷୟରେ ଆମେ ଆପଣଙ୍କୁ ଜଣାଇଛୁ। ଏବେ ଆମେ ଏପରି ଏକ ବିବାହ ବିଷୟରେ ସୂଚନା ଦେଉଛୁ, ଯାହା ସ୍ମରଣୀୟ ହେବା ସହ ଆତ୍ମଘାତୀ ମଧ୍ୟ ଥିଲା । ପୂର୍ବରୁ ଏକ ଦମ୍ପତି ପାହାଡ଼ ମଝିରେ ଜାଲ ବିଛାଇ ବିବାହ କରିଥିବା ବେଳେ କିଛି ଦମ୍ପତି ବିନା ପୋଷାକରେ ବିବାହ କରିଥିଲେ ।
ଏବେ ପୁଣି ଏକ ସେଭଳି ଆତ୍ମଘାତୀ ବିବାହର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ପୂର୍ବ ଜର୍ମାନୀର ଏକ ଦମ୍ପତି ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଏକ ଆତ୍ମଘାତୀ ଉପାୟ ଆପଣାଇଥିବା ଦେଖିବାକୁ ମିଳିଛି । ୪୬ ଫୁଟ୍ ଉପରେ ଏକ ରସି ବାନ୍ଧିବା ସହ ତା’ ଉପରେ ଝୁଲି ରହି ବିବାହ କରିଥିଲେ ଦମ୍ପତି । ଖାଲି ସେତିକି ନୁହଁ, ରସି ଉପରେ ଏକ ବାଇକ୍ ଚଲାଇବା ସହ ବାଇକର ପଛ ଚକାରେ ଏକ ଝୁଲଣା ବନ୍ଧା ଯାଇଥିଲା, ଯେଉଁଥିରେ ବର ଏବଂ ବଧୂ ଠିଆ ହୋଇ ପରସ୍ପରକୁ ମୁଦି ପିନ୍ଧାଇଥିଲେ । ପାଖା ପାଖି ୩,୦୦୦ହଜାର ଲୋକ ଆକାଶରେ ଏହି ବିବାହକୁ ଦେଖି ଉପଭୋଗ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/german_couple_married_in_tightrope_wedding_1529408860-750x430.jpg)