ଗୁରୁଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା । ରାଜକନିକାରେ ଶିକ୍ଷକଙ୍କୁ ରଥରେ ବସାଇ ଗାଁ ବୁଲାଇଲେ ଛାତ୍ରଛାତ୍ରୀ

230

କନକ ବ୍ୟୁରୋ : ଗୁରୁ-ଶିଷ୍ୟଙ୍କ ସଂପର୍କ, ଅନ୍ୟ ସବୁ ସଂପର୍କ ଠାରୁ ସଂପୂର୍ଣ୍ଣ ଭିନ୍ନ । ଜୀବନରେ ଜଣେ ଭୁଲ ଗୁରୁଙ୍କ ପାଇବା ସହଜ ନୁହେଁ । ଆଉ ଯେଉଁମାନେ ପାଇଛନ୍ତି, ସେମାନେ ଗୁରୁଙ୍କୁ ଛାଡିବାକୁ ନାରାଜ । ଆଉ ଯେତେବେଳେ ସରକାରୀ ନିୟମ ଅନୁସାରେ ଜଣେ ଗୁରୁଙ୍କୁ ଶିକ୍ଷକତା ଜୀବନରୁ ଅବସର ନେଉଛନ୍ତି । ସେତେବେଳେ କିଛି ଏମିତି ଦୃଶ୍ୟ ସାମ୍ନମାକୁ ଆସେ । ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷକଙ୍କୁ ସୁସଜିତ ରଥରେ ବସାଇ ଗାଁ ବୁଲାଇଲେ ଛାତ୍ରଛାତ୍ରୀ । କିଏ ସାରଙ୍କୁ ଫୁଲମାଳ ପିନ୍ଧାଇ ବନ୍ଦାପନା କରୁଛନ୍ତି ତ ପୁଣି କିଏ ପାଦ ଛୁଇଁ ମୁଣ୍ଡିଆ ମାରୁଛି । ଆଉ ପୁଣି କିଏ ନିଜର ପ୍ରିୟ ସାରଙ୍କ ବିଦାୟକାଳିନ ସମ୍ବର୍ଦ୍ଧନା ଦେଇ କାନ୍ଦି ପକାଉଛନ୍ତି ।

କେନ୍ଦ୍ରାପଡ଼ା ରାଜକନିକା ବ୍ଲକ କଏମାଦୋମଣ୍ଡା ସରକାରୀ ଉନ୍ନୀତ ଉ.ପ୍ରା ବିଦ୍ୟାଳୟର ଶିକ୍ଷକ ନିଜାମୁଦ୍ଦିନ ଶାହ । ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ । ୩ ମାସ ଆଗରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ସାରଙ୍କୁ ଫୁଲାମାଳ ଦେଇ, ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ଛାତ୍ରଛାତ୍ରୀ    ।

୧୯୮୯ରେ ଜଗତସିଂହପୁର ଜିଲ୍ଲା ଏରସମା ଅଂଚଳରୁ ୪ ଶହ ଟଙ୍କା ବେତନରେ ଏହି ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରିଥିଲେ । ଦୀର୍ଘ ୨୯ ବର୍ଷ କାଳ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଉଥିଲେ । ୨୦୧୮ରେ ନିଜାମୁଦ୍ଦିନ୍ ସାରଙ୍କ ବଦଳି ଅନ୍ୟ ସ୍କୁଲକୁ ହୋଇଥିଲା । ହେଲେ ଶିକ୍ଷକତା ଜୀବନ ସିଂହଭାଗ କଟିଥିବା ବିଦ୍ୟାଳୟରେ ସାରଙ୍କୁ ଭାବପୂର୍ଣ୍ଣ ବିଦାୟକ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।