ନିଆରା କ୍ରିକେଟ ମ୍ୟାଚ ! ଯେଉଁଠି ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାରରେ ଦିଆଗଲା ଗାଈ ଏବଂ ସବୁ ଖେଳାଳୀମାନଙ୍କୁ ଗୋଟିଏ ଲେଖାଏଁ ବାଛୁରୀ ।

39

ଆମ ଦେଶରେ କ୍ରିକେଟକୁ ଏକ ଧର୍ମ ବୋଲି କୁହାଯାଏ । ଦେଶର କୋଟି କୋଟି ଲୋକ ଏହି ଖେଳ ପାଇଁ ପାଗଳ । ତେବେ ନିକଟରେ ଗୁଜୁରାଟର ବରୋଦାରେ ହୋଇଥିବା ଏକ କ୍ରିକେଟ ମ୍ୟାଚ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ କ୍ରିକେଟ ମ୍ୟାଚରେ ସେଭଳି କିଛି ଅସ୍ୱାଭାବିକତା ନଥିଲା, ଅସ୍ୱାଭାବିକ ଥିଲା ମ୍ୟାଚର ପୁରସ୍କାର । ଗୋଟିଏ କ୍ରିକେଟ ମ୍ୟାଚ ପରେ ବିଜୟୀ ଦଳକୁ ସାଧାରଣତଃ ଟ୍ରଫି ବା ଅର୍ଥ ପୁରସ୍କାର ଆକାରରେ ଦିଆଯାଏ । କିନ୍ତୁ ଏହି ମ୍ୟାଚରେ ଦିଆଯାଇଥିଲା ବିଜୟୀ ଦଳର ମ୍ୟାନ ଅଫ ଦି ମ୍ୟାଚଙ୍କୁ ଏକ ଗାଈ ପୁରସ୍କାର ସ୍ୱରୂପ ଦିଆଯାଇଥିଲା । ଏହା ସହିତ ବିଜୟୀ ଦଳର ପ୍ରତି ଖେଳାଳୀଙ୍କୁ ଗୋଟିଏ ଲେଖାଏଁ ବାଛୁରୀ ପୁରସ୍କାର ସ୍ୱରୂପ ଦିଆଯାଇଥିଲା ।

ଗୁଜୁରାଟରେ ଥିବା ରାବରୀ ସଂପ୍ରଦାୟରେ ଏହି ମ୍ୟାଚ ହେଉଥିଲା । ଏହି ସଂପ୍ରଦାୟ ମୁଖ୍ୟତଃ ଗୋପାଳକ ଶ୍ରେଣୀର । ସାଧାରଣ ହିନ୍ଦୁଙ୍କ ପରି ଏମାନେ ଗାଈଙ୍କୁ ପୂଜା କରନ୍ତି । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ପ୍ରକାଶ ରାବରି କହିଛନ୍ତି ଯେ ଲୋକମାନଙ୍କ ମଧ୍ୟରେ ଗୋ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏପରି ଅଭିନବ ଉଦ୍ୟମ କରାଯାଇଛି । ଖେଳାଳିମାନେ ମଧ୍ୟ ଏପରି ପୁରସ୍କାର ପାଇ ଖୁସି ଥିବା ପ୍ରକାଶ କରିଛନ୍ତି । ରାଜନୈତିକ କାରଣରୁ ଆମ ଦେଶରେ ଗାଈ ଏବେ ଏକ ବିବାଦୀୟ ପଶୁରେ ପରିଣତ ହୋଇଛି । କିନ୍ତୁ ସାଧାରଣ ଲୋକମାନଙ୍କ ମଧ୍ୟରେ ଗାଈ ଏବେ ବି ପୂଜନୀୟା ହୋଇ ରହିଛି ।