ହାତରେ ଚୁଡି ଓ ମଥା ବିନ୍ଦି ଧରି ପ୍ରାର୍ଥୀ ମାଗୁଛନ୍ତି ଭୋଟ । ପୁରୁଷଙ୍କ ହାତରେ ବାନ୍ଧୁଛନ୍ତି ରାକ୍ଷୀ, ମାଲକାନଗିରିରୁ ଆସିଲା ନିଆରା ପ୍ରଚାରର ଦୃଶ୍ୟ

Advertisment
ହାତରେ ଚୁଡି ଓ ମଥା ବିନ୍ଦି ଧରି ପ୍ରାର୍ଥୀ ମାଗୁଛନ୍ତି ଭୋଟ । ପୁରୁଷଙ୍କ ହାତରେ ବାନ୍ଧୁଛନ୍ତି ରାକ୍ଷୀ, ମାଲକାନଗିରିରୁ ଆସିଲା ନିଆରା ପ୍ରଚାରର ଦୃଶ୍ୟ

କନକ ବ୍ୟୁରୋ : ଗୋଟିଏ ହାତରେ ଚୁଡି ଓ ମଥା ବିନ୍ଦି । ଆଉ ଗୋଟିଏ ହାତରେ ବାନ୍ଧିବା ପାଇଁ ରକ୍ଷା ସୂତା । ଲୋକଙ୍କୁ ପ୍ରତିଶ୍ରୃତି ଦେଇ ନିକଟତର କରିବାକୁ ଏଭଳି ନିଆରା ପ୍ରଚାର କରୁଛନ୍ତି ପ୍ରାର୍ଥୀ । ମହିଳାଙ୍କୁ ଚୁଡି ପିନ୍ଧାଇ ମଥାରେ ବିନ୍ଧି ଲଗାଇ ଦେଉଛନ୍ତି । ଅନ୍ୟପଟେ ପୁରୁଷଙ୍କୁ ହାତରେ ରାକ୍ଷୀ ଭାବରେ ସୂତା ବାନ୍ଧୁଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ଜୋନ୍ ୩ ରୁ ଆସିଛି ଏପରି ନିଆରା ଦୃଶ୍ୟ ।
କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ଗୌରୀ ବଟେ ଘରକୁ ଘର ବୁଲି ମହିଳା ଏବଂ ପୁରୁଷଙ୍କୁ ଏପରି ଭାବେ ପ୍ରତିଶ୍ରୃତି ଦେଇ ଭୋଟ୍ ଭିକ୍ଷା କରୁଛନ୍ତି । ପୂର୍ବରୁ ଗୌରୀ ମାଥିଲି ସଦର ପଞ୍ଚାୟତରେ ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇଥିଲେ । ପାରମ୍ପରିକ ଭାବେ ସମ୍ପ୍ରଦାୟରେ ଥିବା ପ୍ରଥାକୁ ମନେ ପକାଇ ଭୋଟରଙ୍କ ମନ ଜିଣୁଥିବା କହିଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀନି ଗୌରୀ ବଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe