କ୍ରିକେଟ୍ ଖେଳିଲେ, ଭୋଟ୍ ଭିକ୍ଷା କଲେ । ଉଦଳାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ନିଆରା ପ୍ରଚାର ।

264

କନକ ବ୍ୟୁରୋ: ପ୍ରାର୍ଥୀଙ୍କ ନିଆରା ପ୍ରଚାର । ଉଦଳା ବିଜେପି ବିଧାୟକ ପ୍ରାର୍ଥୀ ଭାସ୍କର ମଢ଼େଇ କ୍ରିକେଟ ଖେଳି ପ୍ରଚାର କରିଛନ୍ତି । ଜୁନପାଳ ଠାରେ ପ୍ରଚାର ସମୟରେ ରାତିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିଲେ ଭାସ୍କର ମଢ଼େଇ । ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ରିକେଟ ଖେଳିଥିଲେ । ଯାହାକୁ ନେଇ ଉଭୟ ଖେଳାଳି ଓ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟ ଖୁସିର ମାହୋଲ ସୃଷ୍ଟି ହୋଇଥିଲା । କ୍ରିକେଟ୍ ଖେଳ ଆଳରେ ଭାସ୍କରଙ୍କ ନିର୍ବାଚନ ପ୍ରଚାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅନ୍ୟପଟେ ବିରଜାଙ୍କ ଦର୍ଶନ କରି ପ୍ରଚାରକୁ ମଇଦାନକୁ ଓହ୍ଲାଇଛନ୍ତି ବରୀ ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ । ୨୦୨୦ରୁ ବିଜେଡିରେ ମିଶିବା ପରେ ବିଶ୍ୱ ଦଳ ପାଇଁ କାର୍ଯ୍ୟ କରୁଥିବା ବେଳେ ୨୦୨୪ ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବିଶ୍ୱରଞ୍ଜନ । ବହୁସଂଖ୍ୟାରେ ସମର୍ଥକଙ୍କ ସହ ବିରଜା ମନ୍ଦିରରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରି ପ୍ରଚାରକୁ ଓହ୍ଲାଇଛନ୍ତି ବିଶ୍ୱରଞ୍ଜନ ।