ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଜଣେ ସ୍କାଇଡାଇଭର ମହିଳା ଏପରି ଏକ କାର୍ଯ୍ୟ କରିଛନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ନିଆରା ଅନ୍ଦାଜରେ ସେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ୩୫ ବର୍ଷିୟ ଏହି ମହିଳାଙ୍କ ନାମ ହେଉଛି ଶିତଲ ମହାଜନ । ସେ ଆମେରିକା ଠାରେ ୧୩ ହଜାର ଫୁଟ ଉପରୁ ଡେଇଁ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଭାରତୀୟ ସ୍କାଇଡାଇଭର ଶିତଲ୍ ମହାଜନ ସୋମବାର ଦିନ ଆମେରିକା ଠାରେ ୧୩୦୦୦ ଫୁଟ ଉଚ୍ଚତାରୁ ଏକ ବିମାନରୁ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ହାତରେ ଧରି ତଳକୁ ଡେଇଁ ପଡିଥିଲେ । ଜନ୍ମଦିନର ଶୁଭେଚ୍ଛା ଜଣାଇବାର ଏହି ସଫଳ କାର୍ଯ୍ୟ ପରେ ଶିତଲ ଏହାର ଭିଡିଓକୁ ଫେସବୁକରେ ଅପଲୋଡ୍ କରିଥିଲେ ।
ତେବେ ସବୁଠାରୁ ବଡ କଥା ହେଉଛି ଶିତଲ ମହାଜନ ହେଉଛନ୍ତି ପଦ୍ମଶ୍ରୀ ପୁରସ୍କାର ବିଜେତା । ସେ କହିଛନ୍ତି ଗତ ଚାରି ବର୍ଷ ଧରି ସେ ମୋଦିଙ୍କୁ ଭେଟିବା ପାଇଁ ପ୍ରୟାସ ଚଲାଇଛନ୍ତି, କିନ୍ତୁ ସଫଳ ହୋଇପାରିନାହାନ୍ତି । ଇଣ୍ଟରନେଟରେ ଏହି ଭିଡିଓ ଅପଲୋଡ କରିବା ସହ ସେ ଲେଖିଛନ୍ତି ଯେ, ସେ ଚାରିବର୍ଷ ଧରି ମୋଦିଙ୍କୁ ଭେଟିବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ମୋଦିଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ମିଳୁନାହିଁ । ତେବେ ଏଭଳି କାରନାମା କରିବା ଦ୍ୱାରା ସେ ମୋଦିଙ୍କୁ ଭେଟିବାର ସୁଯୋଗ ପାଇପାରିବେ ବୋଲି ଆଶା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/sheetal-1_091818090514.jpg)
/kanak/media/post_attachments/wp-content/uploads/2018/09/sheetal-5_091818090514-300x165.jpg)
/kanak/media/post_attachments/wp-content/uploads/2018/09/sheetal-2_091818090514-300x203.jpg)