କନକ ବ୍ୟୁରୋ: ଦୁଇ ହାତ ଅଛି ହେଲେ ଚଳୁନି । ଦୁଇ ଗୋଡ ଅଛି ହେଲେ ସେଥିରୁ ବି ଗୋଟିଏ ଅକାମୀ । ତଥାପି ବିଧାତା ଉପରେ ଟିକେ ହେଲେ ବି ଅଭିମାନ ନାହିଁ । ବରଂ ତାଙ୍କର ଏହି ଶରୀରକୁ ବିଧାତାଙ୍କ ବରଦାନ ଭାବି ଆଗେଇ ଚାଲିଛନ୍ତି ନିଳିମା । ହାତ ନହେଲା ନାହିଁ ଗୋଡରେ ଆଙ୍କ ଦେଉଛନ୍ତି ବିଶ୍ୱ ନିୟନ୍ତାଙ୍କ ଛବି ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ ମୁକୁଳିସି ପଞ୍ଚାୟତ କୁସିଦା ଗାଁର ନିିମା ସିଂ । ଜନ୍ମରୁ ଦିବ୍ୟାଙ୍ଗ । ୨ଟା ଯାକ ହାତ କାମ କରେନି । କି ଗୋଟିଏ ଗୋଡ ବି ଚଳେନି । ଯାହା ଗୋଟିଏ ଗୋଡ । ହେଲେ ସମସ୍ତଙ୍କ ପରି ସବୁକାମ ଅତି ସହଜ ଭାବେ କରିଯାନ୍ତି । କୌଣସି କାମ ପାଇଁ କେବେ କାହାରି ଉପରେ ନିର୍ଭର କରନ୍ତି ନାହିଁ । ନିତ୍ୟକର୍ମ ଠାରୁ ଆରମ୍ଭ କରି ସବୁ କିଛି ଗୋଟିଏ ଗୋଡରେ ହିଁ କରିଯାନ୍ତି ନିଳିମା ।ଦିବ୍ୟାଙ୍ଗ ହୋଇ ବି ତାଙ୍କଠାରେ ପ୍ରକାଶ ପାଇଛି ଏକ ଅନନ୍ୟ ପ୍ରତିଭା । ଗୋଟିଏ ଗୋଡରେ ତୁଳି ହେଉ କି ସ୍କେଚପେନ୍ ଗୋଡ ଆଙ୍ଗୁଠିରେ ଧରି ଆଙ୍କି ଦିଅନ୍ତି ବିଭିନ୍ନ ଛବି । ସେଥିରୁ ଶ୍ରୀରାଧାମୋହନ, ବାଗଦେବୀ ମା’ ସରସ୍ୱତୀଙ୍କ ଛବି ସବୁଠୁ ମନୋହାରୀ ।
୪ ଭାଇ ଭଉଣୀଙ୍କ ମଧ୍ୟରୁ ନିଳିମା ସଭା ସାନ । ଜନ୍ମ ସମୟରେ ତାଙ୍କର ହୃତପିଣ୍ଡ ନାହିଁ ସେ ବଞ୍ଚିବା ସମ୍ଭବ ନୁହେଁ ବୋଲି କହିଲେ ଡାକ୍ତର କହିଲେ । ହେଲେ ଈଶ୍ୱରଙ୍କ କୃପାରୁ ନିଳିମା ଆଜି ୨୫ ବର୍ଷର । ଆହୁରୀ ଆଗକୁ ବଢିବାକୁ ନିଳିମା ଇଚ୍ଛା କରୁଥିଲେ ବି ଆର୍ଥ ହେଉଛି ବାଧକ । ହେଲେ ତାଙ୍କ ପାଇଁ ସବୁ ସରକାରୀ ସହାୟତା ମନା । ବାରମ୍ବାର ସରକାରୀ ବାବୁଙ୍କ ପାଖକୁ ଦୌଡିଦୌଡି ଏବେ ମାସକୁ ମିଳୁଛି ମାତ୍ର ୫ ଶହ ଟଙ୍କା ଭତ୍ତା ।
ନିଳିମାଙ୍କ ପ୍ରତିଭାକୁ ଚିହ୍ନି ଯଦି ପ୍ରଶାସନ ତାଙ୍କ ପାଇଁ କିଛି ସହାୟତା ବ୍ୟବସ୍ଥା କରିପାରନ୍ତେ ତେବେ ତାଙ୍କ ଭବିଷ୍ୟତ ନେଇ କିଛି ସମ୍ଭାବନା ସୃଷ୍ଟି ହୋଇପାରନ୍ତା ।