ଫୁଲରେ ନୁହେଁ ଚିପ୍ସ ଓ କୁରକୁରେରେ ସଜାହୋଇଛି ବରର ଗାଡି । ଭିଡିଓ ହେଲା ଭାଇରାଲ

254

କନକ ବ୍ୟୁରୋ : ଭାରତ ଏପରି ଏକ ଦେଶ ଯେଉଁଠି ବିବାହ ପର୍ବକୁ ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ଭୋଜିଭାତଠୁ ନେଇ ସାଜସଜ୍ଜା ପର୍ଯ୍ୟନ୍ତ, ବହୁ ଆଡମ୍ବରରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥାଏ । ଘର ସଜ୍ଜା ଯାଇଥାଏ, ନାଚ ଗୀତର ଆସର ଜମିଥାଏ । ଫଟୋ ସୁଟ୍ ବି ହୁଏ । ଆଉ ସବୁଠୁ ଅଧିକ ଆକର୍ଷଣ ପାଲଟିଥାଏ ବରର କାର୍ । ବର ଯେଉଁ କାରରେ କନିଆ ଘରକୁ ଯାଇଥାଏ, ସେହି କାରକୁ ଅତି ସୁନ୍ଦର ଭାବେ, ଭିନ୍ନ ଭିନ୍ନ ଢଙ୍ଗରେ ସଜାଯାଇଥାଏ । କିଏ ରଙ୍ଗ ବେରଙ୍ଗର ଫୁଲରେ ସଜାଇଥାଏ ତ ଆଉ କିଏ ଫଳରେ ସଜେଇଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଏବେ ଏପରି ଏକ ବିବାହର ଚତ୍ର ଆସିଛି । ଯେଉଁଥିରେ ବର ଗାଡିକୁ ଚିପ୍ସ, କୁରକୁରେରେ ସଜାଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶତପାଲ ନାମକ ଏକ ଯୁବକ ଇଂଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରିଛନ୍ତି । ଏହି ଭିଡିଓକୁ ଲୋକେ ସେୟାର କରିବା ସହ ୧.୭ମିଲିୟନ୍ ଲୋକ ଏହାକୁ ଲାଇକ୍ କରିଛନ୍ତି । ଏହି ଭିଡିଓକୁ ଦେଖିବା ପରେ କିଛି ଲୋକ ଏହାରୁ ୟୁନିକ୍ ଆଇଡିଆ କହୁଥିବା ବେଳେ ଆଉ କିଛି ଲୋକ ବରକୁ ସମାଲୋଚନା କରିଛନ୍ତି । ନିଜ ବିହାଘରରେ କିଏ ଏପରି କରିପାରେ ବୋଲି ପ୍ରଶ୍ନ କରିଛନ୍ତି । ଆଉ କିଛି ୟୁଜର୍ସ ମଜାକିଆ ଢଙ୍ଗରେ କମେଣ୍ଟ୍ କରିଛନ୍ତି, ଆଇଡିଆ ୟୁନିକ୍ ହେଉ କି ନହେଉ କିନ୍ତୁ ବାହାଘରକୁ ଆସିଥିବା କୁନି କୁନି ପିଲାଙ୍କୁ ଏହି କାର୍ ନିଶ୍ଚୟ ଖୁସି କରାଇଦେବ ବୋଲି କମେଣ୍ଟରେ କହିଛନ୍ତି ୟୁଜର୍ସ